Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Others

3  

Sanjya Tripathy

Others

ବର୍ଷା

ବର୍ଷା

1 min
218


ବର୍ଷା ଆସିଛି : 

 ମୋ ପ୍ରିୟାର ଆଖିର ପଲକରେ

ନୁପୁର ଝଲକରେ

ସ୍ମୃତିର ସରରେ

ସିନ୍ଦୂରା ସକାଳରେ

ଗୋଧୂଳିର ଗୋଲାପୀ ସଞ୍ଜରେ

ଏକ ମାୟାବିନୀ ରାତ୍ରିର ମାର୍ମିକ ରାଗିଣୀରେ

ବର୍ଷା ଆସେ : 

ପଥକ୍ଲାନ୍ତ ଶ୍ରମିକର ପ୍ରଶାନ୍ତିର ପ୍ରଲେପରେ ।

ସାଧବବୋହୂର ଅପରୂପ ରୂପର ପୋଷଣୀରେ

ଚାଷୀକୁଳଙ୍କ ନବସଂଜୀବନୀରେ

ସର୍ବତ୍ର ପରିବ୍ୟାପ୍ତ ଏକ ସୁରଭିତ ପ୍ରାଣଶକ୍ତିରେ

ବର୍ଷା ଆସିଛି :

ପର୍ଯ୍ୟାୟପତିତ କଙ୍କାଳର ନବ କଳେବରରେ

ପ୍ରଦୂଷିତ ରାଜନୀତିର ବିଷବଳୟରେ

ବିପର୍ଯ୍ୟସ୍ତ ପ୍ରଶାସନର ସମ୍ବେଦନହୀନ ପ୍ରତିକ୍ରିୟା

ବର୍ଷା ଆସେ :

ଯୁଗ ନିର୍ମାଣର – ଅଭ୍ୟୁଦୟର ଏକ ନୂତନ ଆଭିମୁଖ୍ୟରେ

ସୁଜଳା ସୁଫଳା ଶସ୍ୟଶ୍ୟାମଳା ଧରିତ୍ରୀର

ଆତ୍ମିକ ଆଲୋଡନରେ

ପରିପୃଷ୍ଟ ପରିବେଶରେ – ଭାବର ପ୍ରାଚୁର୍ଯ୍ୟରେ

ବର୍ଷା ଆସିଛି : ଆତଙ୍କର ଆସ୍ତରଣରେ - ଦୁର୍ଘଟଣାର ପ୍ରାବଲ୍ୟରେ

କ୍ରମବର୍ଦ୍ଧିଷ୍ଣୁ ଗଣଦୁଷ୍କର୍ମରେ – ପୁନଃପୌନିକ ଜାଲିଆତିରେ

ନିଶାଖୋର ଯୁବ ପୀଢିର ଆତ୍ମ ସମର୍ପଣରେ – ଭଙ୍ଗା ଆଇନାରେ

ବର୍ଷା ଆସିବ : ଉନ୍ନୟନର ସୁପରିକଳ୍ପିତ ଯୋଜନାରେ

ଐକାନ୍ତିକ କ୍ରିୟାନ୍ୱୟନରେ

ଦୁର୍ନୀତିର ଦୂରୀକରଣରେ - ସୁଦୃଦ ନିଶା ନିବାରଣରେ

ମହଙ୍ଗା ବୋଝରେ - ବର୍ଦ୍ଧିତ ଆୟରେ

ସ୍ଵାଧୀନତାର ସପ୍ତପ୍ରହରୀର ସୁନେଲି ସପନରେ ।



Rate this content
Log in