ବର୍ଷା
ବର୍ଷା
1 min
104
ବର୍ଷା
ତୁମେ ଏମିତି ବର୍ଷୁଥାଅ ମୁଁ ଏମିତି ଭିଜୁଥାଏ
ସାରା ଦିନ ସାରା ରାତି,ଦିନ ତମାମ
ତୁମ ଚାହିଁବାରେ ଯଦି ଶ୍ରାବଣ ଆସୁଥାନ୍ତା
ତା'ହେଲେ ବୈଶାଖର ନିଦାଘ
ଲାଜେଇ ଯାଇଥାନ୍ତା,
ଜହ୍ନ ବାଦଲର ଲୁଚକାଳି ଖେଳରେ
ମୁଁ ଅଣନିଶ୍ବାସୀ ହୋଇ ପଡିଥାନ୍ତି
ଭିଜା ମାଟିର ବାସ୍ନା,
ଭିଜା ଦେହର ବାସ୍ନା
ଭିଜାଭିଜା ପଲକ,ଆଉ ଭିଜାଭିଜା ପଣତରେ
ମୋର ଅବଶିଷ୍ଟ ଆୟୁଷକୁ ଲେଖି ଦେଇ
ରିମ୍ ଝିମ୍ ସୁରର ତାଳେତାଳେ
ନାଚୁଥାଏ ସାରା ଦିନ ସାରା ରାତି
ଦିନ ତମାମ୍ ।
