STORYMIRROR

Gayatri Singh

Others

2  

Gayatri Singh

Others

ବର୍ଷା

ବର୍ଷା

1 min
109

ବର୍ଷା

ତୁମେ ଏମିତି ବର୍ଷୁଥାଅ ମୁଁ ଏମିତି ଭିଜୁଥାଏ

ସାରା ଦିନ ସାରା ରାତି,ଦିନ ତମାମ

ତୁମ ଚାହିଁବାରେ ଯଦି ଶ୍ରାବଣ ଆସୁଥାନ୍ତା

ତା'ହେଲେ ବୈଶାଖର ନିଦାଘ

ଲାଜେଇ ଯାଇଥାନ୍ତା,

ଜହ୍ନ ବାଦଲର ଲୁଚକାଳି ଖେଳରେ

 ମୁଁ ଅଣନିଶ୍ବାସୀ ହୋଇ ପଡିଥାନ୍ତି

ଭିଜା ମାଟିର ବାସ୍ନା,

ଭିଜା ଦେହର ବାସ୍ନା

ଭିଜାଭିଜା ପଲକ,ଆଉ ଭିଜାଭିଜା ପଣତରେ

ମୋର ଅବଶିଷ୍ଟ ଆୟୁଷକୁ ଲେଖି ଦେଇ 

ରିମ୍ ଝିମ୍ ସୁରର ତାଳେତାଳେ

ନାଚୁଥାଏ ସାରା ଦିନ ସାରା ରାତି

ଦିନ ତମାମ୍ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍