Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anirudha Kund

Others

4.0  

Anirudha Kund

Others

ବରଷା

ବରଷା

1 min
11.6K



ଖୁଙ୍ଖାର ଖରାର ଖଣ୍ତିଆ ଭୁତଟା

   ଖୋଜି ଚାଲିଗଲା ନିଡ

ତୁଷାର୍ତ ହୃଦୟ ତୃପ୍ତ ହୋଇଗଲା

    ତଟସ୍ଥ ପଡିଲା ଝଡ l


ମେଘ ମହ୍ଲାରର ମହୁଲି ଗୀତରେ

   ମହକିଲା ମୋର ପ୍ରାଣ

ଜୀବନର ମାଟି ମହମହ ବାସି

   ମତୁଆଲ କଲା ମନ l


ସରଗର ଶଶୀ ସରାଗରେ ବସି

  ଶୀତଳ ଜୋତ୍ସ୍ନା ପରଶି

ପତ୍ରଝଡା ପ୍ରାଣ ପଲ୍ଲବିତ କଲା

  ବରଷା ରୂପରେ ଆସି l


କୁନି କଣ୍ଢେଇର କୌତୁକିଆ କୁଆଁ

   କଅଁଳ ମନର ହସ

କୁଳୁ କୁଳୁ ନାଦେ କୁଳ ମୋ ଲଂଘିଲା

   ଜୀବନେ ଭରିଲା ରସ l


 ସରଗ ରାଇଜ ଅପସରା ସିଏ

   ଦୁଃଖ ଅପସରି ଦିଏ

ବରଷା ରାଣୀ ମୋ ବିଦଗ୍ଦ ପରାଣେ

  ଭରସା ସମ୍ଭାର ଟିଏ l


Rate this content
Log in