STORYMIRROR

ମହାଗାଲୁଆ ସନୁ

Others

2  

ମହାଗାଲୁଆ ସନୁ

Others

ବର୍ଷା

ବର୍ଷା

1 min
14.5K


 

 

 

।।ବୁନ୍ଦା ବୁନ୍ଦା ବାରି ଧାର ଆଜି,
ଧରା ଶାନ୍ତ କରେ ବିମୋହିତ ବୃକ୍ଷରାଜି,
ପ୍ରଚଣ୍ଡ ଗ୍ରୀଷ୍ମ ର ତାଡନାରେ,
ଯେବେ ଅତିଷ୍ଠ ଜୀବ ଡହଳ ଏ ବେଳାରେ,
ଆବାହନ କରିଥିଲା ଏଇ ତୁମ ରୂପ କୁ,
ଆଜି ମୌସୁମୀ ଗୋ ତୁମେ ପୁରା କଲ ଆଭା କୁ

ଆଗୋ ମୌସୁମୀ ତୁମରି ଆଗମନେ,
ଉତ୍ତେଜିତ ହୋଇ ମନ ପ୍ରସନେ,
ଅଗ୍ନି ଯେବେ ତେଜି ଉଠେ ସ୍ୱାହା ପାଇ,
ବିରହି ପ୍ରାଣ ଆଜି ନାଚି ଉଠେ ତୁମକୁ ଛୁଇଁ,

ପ୍ରଣୟର ପ୍ରୀତି ପୁଲକିତ କରେ ଆଜି,
ତୁମ ଛିଟା ଛିଟା ବର୍ଷା ବୁନ୍ଦା,
ପୁଣି କାହା ପାଇଁ ପ୍ରଚଣ୍ଡ ବାରି ସାଜି,
ବିରହତା କୁ ମନେ ପକେଇ ଦିଏ ସେ ପ୍ରୀତି ବନ୍ଧା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍