STORYMIRROR

Shibanand Banchhor

Others

3  

Shibanand Banchhor

Others

ବର୍ଷା

ବର୍ଷା

1 min
14.2K


ହେ ବର୍ଷା

ତୁମେ ଚିର କଳ୍ପିତ

ତୁମେ ସଦା ଆଦରଣୀୟ

ତୁମର ଅପେକ୍ଷାରେ ମୋର ଦିନ ଗଢି ଚାଲିଛି

କେତେବେଳେ ତୁମେ ଆସିବ

ମୋତେ ଏକ ଅଭୁଲା ସ୍ପର୍ଶ ଦେବ

ମୋତେ ତୁମ ମୃଦୁ ପ୍ରେମ ଧାରେ ଭିଜାଇ ଦେବ

ଆଉ ତୁମ ସେ ଧାରାରେ ବିରାମହୀନ ନୃତ୍ୟ କରିବି

ଯେତେବେଳେ ଯାଏ ତୁମେ ବର୍ଷି ଚାଲିବ

କିନ୍ତୁ ଜାଣିନି ଯେ

ତୁମେ ଗଗନର ବାହୁ ବଳୟକୁ ଭେଦ କରି ମୋ ପାଖରେ ପହଞ୍ଚି ପାରିବ କି ନାହିଁ

ମୋ ସମସ୍ତ ଶରୀରକୁ ଓଦା କରି ପାରିବ ନା ନାହିଁ

ହେଲେ ଆଜି ବି ମୋ ବିଶ୍ୱାସର ହିମାଳୟ ଅତୁଟ

ତୁମେ ନିଶ୍ଚିତ ଆସିବ

ହୁଏତ ବିଳମ୍ବ ହୋଇପାରେ

କିନ୍ତୁ ତୁମେ ମୋତେ ଛାଡି ରହିପାରିବ ନାହିଁ

ଆସିବ ନା ,କଥା ଦିଅ ମୋତେ ,ତୁମେ ନିଶ୍ଚୟ ଆସିବ ।।

ଶିବାନନ୍ଦ ବନଛୋର


Rate this content
Log in