STORYMIRROR

ଶୁଭ୍ରା ସୁଚିତ୍ରା ମହାନ୍ତ

Others

4.5  

ଶୁଭ୍ରା ସୁଚିତ୍ରା ମହାନ୍ତ

Others

ବର୍ଷା

ବର୍ଷା

1 min
493


ବରଷାର ଆଗମନେ ଧରଣୀ ହସିଲା, 

ଶୁଖିଲା ମାଟିରେ ସବୁଜିମା ଭରିଗଲା ॥


ଚାଷୀଟି ଆନନ୍ଦ ମନେ କ୍ଷେତେ ବାହାରିଲା,

ଶସ୍ୟ ସମ୍ଭାରର ଆଶା ହୃଦୟେ ଜାଗିଲା ॥


ନଦୀ ନାଳ ସରୋବର ଜଳପୂର୍ଣ୍ଣ ହେଲା, 

ଜଳଚର ପ୍ରାଣୀଙ୍କର ଦୁଃଖ ସରିଗଲା ॥


ଚାତକ ପକ୍ଷୀଟି ତା'ର ତୃଷ୍ଣା ମେଣ୍ଟାଇଲା,

ବେଙ୍ଗ ବେଙ୍ଗୁଲୀ ଡାକରେ ଚୌଦିଗ କମ୍ପିଲା ॥


ନଭେ ଦେଖି କଳାମେଘ ମୟୂର ନାଚିଲା, 

ଲାଗିଲା ଯେମିତି ପ୍ରାଣ ପ୍ରଶମିତ ହେଲା ॥


ସାଧବ ବୋହୂ ର ଖୁଶି ଦ୍ଵିଗୁଣିତ ହେଲା, 

ନାଲି ରଙ୍ଗ ବସ୍ତ୍ର ପିନ୍ଧି ଭ୍ରମଣ କରିିଲା ॥


ବୃକ୍ଷ ଲତା ସତେ ନୂଆ ଜୀବନ ପାଇଲେ, 

କଅଁଳ ପତ୍ରରେ ସୁନ୍ଦରତା ବଢ଼ିଗଲା ॥

<

br>

ଗଛ ଡାଳେ ପେନ୍ଥା ଫୁଲ ପ୍ରସ୍ଫୁଟିତ ହେଲା, 

ଦୂର ଦୁରାନ୍ତର ଯାଏଁ ବାସ୍ନା ଚହଟିଲା॥


ପିଲାଙ୍କ କାଗଜ ଡଙ୍ଗା ପାଣିରେ ଖେଳିଲା, 

ଆକାଶରେ ଇନ୍ଦ୍ରଧନୁ ଶୋଭା ପାଉଥିଲା ॥


ପର୍ବପର୍ବାଣୀକୁ ଲୋକେ ସ୍ୱାଗତ କରିଲେ,

ବେରଙ୍ଗ ଭୂମିରେ କେତେ ରଙ୍ଗ ଦେଖାଗଲା॥


ଝିପିଝିପି ବରଷାରେ ତନୁ ଯେ ଭିଜିଲା, 

ହରଷ ମନରେ କେଡେ ପୁଲକିତ ହେଲା ॥


ପ୍ରକୃତି ନିୟମ, ଦୁଃଖ ଅଛି, ସୁଖ ଥିଲେ,

ଉପକୂଳ ଅଞ୍ଚଳେ ବର୍ଷା କାଳ ପାଲଟିଲା ॥


କେତେ ଘର କେତେ ଗାଁ ପାଣିରେ ବୁଡିଗଲା,

ଲକ୍ଷ ଲକ୍ଷ ଟଙ୍କା ସମ୍ପତ୍ତି ନଷ୍ଟ ହୋଇଗଲା ॥


ଜଳ ବିହୁନେ ସଂସାର କଷ୍ଟ ପାଉଥିଲା,

ଜଳ ବହୁଳ ହୋଇଣ ସୃଷ୍ଟିକୁ ନାଶ କଲା॥


Rate this content
Log in