ବର୍ଷା
ବର୍ଷା
1 min
114
ବର୍ଷା ଆସିଛି ବାଦଲ ସାଥିରେ
ବରଷି ଯିବସେ ଏଧରା ଧାମରେ l
ମହକି ଉଠିବ ଭିଜା ମାଟି ବାସ୍ନା
ପ୍ରତିମନ ପ୍ରାଣ ହେବ ଆନମନା l
ମନ୍ଦେ ମନ୍ଦେ ବହି ଶୀତଳ ସମୀର
ଶୀତଳ କରିଦେବ ଆମ ଜଳସ୍ଥଳ l
ହସିବ ଏଧରା ସବୁଜିମା ଭରି
ଆନନ୍ଦେ ପୁଲକେ ଘରେ ଘରେ ପୁରି l
ଜାତି ଜାତି ଫୁଲ ଫୁଟେ ତରୁଡାଳେ
ଫଳ ଭରିଯିବ ପତର ଗହଳେ l
ଏ ବର୍ଷା କାଳ ଅଟେ ମଙ୍ଗଳ ମୟ
ସଦା ଆସୁଥାଉ ଆମରି ନିଳୟ l
