ବର୍ଷା
ବର୍ଷା
1 min
113
ଆକାଶର ଛାତିରେ
ମେଘ ମାଳ ମାଳ
ନୃତ୍ୟରତ ମୌସୁମୀର
ସୁରିଲା ସଂଗୀତରେ ବିଭୋର
ଉନ୍ମୋକ୍ତ ମେଘକୁ ଦେଖି କାନନରେ
ଖୁସି ମନେ ମୟୂରମୟୂରୀ ମାନେ
ଶିଖିଗଲେଣି ଅବିକଳ ନୃତ୍ୟ,
ପ୍ରକୃତିର ଆବାହନରେ
ପରିବର୍ତ୍ତିତ ରୂତୁଚକ୍ରରେ
ନାଚିଯାଏ, ଝୁମିଯାଏ ସେ ଆଉ
ତା' ନୟନରୁ ଝରିପଡ଼େ
ଅସୁମାରୀ ଆନନ୍ଦର ଅଶ୍ରୁ
ଯାହାର ନାମ ବର୍ଷା
ପୃଥିବୀବାସୀଙ୍କ ପାଇଁ...।
