Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajshree Satapathy

Others

3  

Rajshree Satapathy

Others

ବର୍ଷା

ବର୍ଷା

1 min
21


ରୁମ୍ ଝୁମ୍ ପାଉଁଜି ର ସ୍ୱନ

ଶିହରାଇ ଦେହ ଆଉ ମନ ।

ପାଦ ଥାପି ନବ ବଧୂ ପରି

ଆକାଶ ରୁ ଯାଅ ଝରି ଝରି ।।


ବିନ୍ଦୁ ବିନ୍ଦୁ ତୁମ ପ୍ରେମ ଛିଟା

ମୋହି ନିଏ ମୋର ଏ ମନଟା ।

ଈର୍ଷା ହୁଏ ମୟୁରୀ ଉପରେ

ନାଚେ ଯେବେ ସେ ତୁମ ସ୍ପର୍ଶ ରେ ।।


ଝରକା ର କାଚ ଫ୍ରେମ୍ ଦେଇ

ମନ ଭରି ତୁମକୁ ଦେଖଇ ।

ନିରୋଳା ରେ ଭାବେ ଏକୁଟିଆ

ହୁଅନ୍ତ କି ତୁମେ ମୋର ପ୍ରିୟା ??


ପ୍ରିୟା ହୋଇ ଆସ ସପନରେ

ସତେ କାହିଁ ରୁହ ଦୂରେ ଦୂରେ ?

ହୋଇବ କି ଏହା କେବେ ସାଦ୍ଧ୍ୟ ?

ପାଇବି ମୁଁ ତୁମର ସାନିଧ୍ୟ ।।


Rate this content
Log in