STORYMIRROR

Alaka Dash

Others

3  

Alaka Dash

Others

ବର୍ଷା ତୁମେ

ବର୍ଷା ତୁମେ

1 min
208


ଏ ବ୍ୟୋମ ଗଗନ ମଣ୍ଡଳେ 

ଶୂନ୍ୟ ରୁ ମହାଶୂନ୍ୟ 

ଅସୀମ ଅନନ୍ତ ପରିବ୍ୟାପ୍ତ 

ସତ୍ତା ଟିଏ ତୁମେ, 

"ବର୍ଷା "ତୁମେ ମରୁ ମରୀଚିକା ର 

ତୃଷ୍ଣାତୁର ତୃଷ୍ନା ଟିଏ, 


ତୁମେ ମୋ ଉଦ୍ବେଳନ ମନର 

ନିରବ ନିସ୍ତବ୍ଦ ରୁଦ୍ଧ କୋଠରୀର 

ଅତି ଗୋପନୀୟ, ଲୋଭନୀୟ 

ନୀଳ ନୀଳିମା ଭରା 

ଉତ୍ତାଳ ତରଙ୍ଗ ଟିଏ, 

ଏ "ମାଟି "ର ସଜଳ ନୟନର 

ବର୍ଣ୍ଣାଢ୍ୟ ବର୍ଣାଳୀର ଇନ୍ଦ୍ରଧନୁ, 

ପିୟାସୀ, ପିପାସୀ ମନର ମୃଗତୃଷ୍ନା, 

କରୁଣ, କାରୁଣ୍ୟ, ବିରହ 

ବେଦନାର ବୈଖରୀଟିଏ, 


ତୁମେ ମୋ ହୃଦୟ ଆକାଶ ର 

ଚନ୍ଦ୍ର ସ୍ନାତା ସୁନ୍ଦର ସୁଠାମ ରାତ୍ରୀଟିଏ, 

ଭାବ ଭାବନାର, ଭବ୍ୟ ଆମତ୍ରଣ ଟିଏ, 

ମଧୁ ମଧୁର ମଙ୍ଗଳ ଗୀତି ଟିଏ, 

ଚରା ଚଇତିର ଚାନ୍ଦିନୀ ଝରା 

ରାତ୍ରୀ ଟିଏ 

ବସନ୍ତେ ବାସନ୍ତିକ 

ଚାରୁ ଚନ୍ଦ୍ରାତପ ଟିଏ, 

ମୋ ନିଷ୍କାମ ନିର୍ଲିପ୍ତ, 

ନିଃସ୍ୱାର୍ଥ ମନର ସୁନ୍ଦର 

ସନ୍ତକଟିଏ 

ମନ ସିଂଧୁକ ର ସୁଦୀପ୍ତ 

ଉଜ୍ଜ୍ୱଳିତ ପଥଟିଏ, 

ଶୋଭାବନ୍ତ ସୁଶୋଭିତ 

ସମୁଜ୍ଜ୍ଵଳ ହୀରକ ଟିଏ, 

"ମାଟି "ର ନିଃସଙ୍ଗ ଏକାକୀତ୍ୱ 

ଜୀବନର ମଧୁମୟ 

ପ୍ରାପ୍ତି ଟିଏ, 

ଶ୍ବାଶତ ପ୍ରେମମୟ 

ଛନ୍ଦ ଭରା ରାଗିଣୀଟିଏ, 

"ମାଟି "ର ଅଙ୍ଗନେ 

ଅନାବିଳ ସ୍ନେହ ସୌହାର୍ଦ୍ ର 

ନିରନ୍ତର ଝରଟିଏ, 

ମଧୁମୟ ଜୋଛନା ର 

ପ୍ରିତୀ ଝରା ସାଥୀ ଟିଏ *****



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍