STORYMIRROR

Prashanta Padhan

Others

3  

Prashanta Padhan

Others

ବର୍ଷା ତୁମେ ଚାଲିଆସ

ବର୍ଷା ତୁମେ ଚାଲିଆସ

1 min
229

ଅସହ୍ୟ ହେଲାଣି ରୌଦ୍ରତାପ ଏବେ

ବର୍ଷା ତୁମେ ଚାଲିଆସ

ଯନ୍ତ୍ରଣାଦାୟକ ଅଟେ ଏ ନିଦାଘ

ହୋଇଯାଉ ତାର ଶେଷ।।

ତୁମରି ପଥକୁ  ଚାତକ ପରାଏ

ଚାହିଁ  ରହିଅଛି ମାଟି

ବିରହିଣୀ ସାଜି ପ୍ରେମର ନିଆଁରେ

ପଡ଼ିଅଛି ସିଏ ଲୋଟି।।

ତରଙ୍ଗିନୀ ଖୋଜେ ଦରିଆର ସ୍ପର୍ଶ

ହେବାପାଇଁ ଏକାକାର

ତୁମ ଆଗମନେ ହୋଇବ ମିଳନ

ଅନ୍ତହେବ ଅପେକ୍ଷାର।।

ମୟୂରୀ ଭୁଲିଛି ନୂପୁରର ଛନ୍ଦ

ବିରହରେ କାଟେ ଦିନ

କଳାମେଘ ସାଥେ ତୁମ ଉପସ୍ଥିତି

ଫେରେଇଦେବ ତା ପ୍ରେମ।।

ମୌସୁମୀର ସାଥେ ଚାଲିଆସ ତୁମେ

ଝରିଯାଅ  ଝର ଝର

ପ୍ରତିଟି ପ୍ରାଣରେ ଛିଞ୍ଚି ଦେଇଯାଅ

ବର୍ଷାଛିଟା ଅମୃତର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍