STORYMIRROR

Jashobanta Biswal

Others

3  

Jashobanta Biswal

Others

ବର୍ଷା ସହ କିଛି ସ୍ମୃତି

ବର୍ଷା ସହ କିଛି ସ୍ମୃତି

1 min
188


ନୀଳ ଆକାଶେ ରବି କିରଣ ଛାଇ 

ମେଘ ଉଭା ହେଲେ ଲୁଚଇ ଯାଇ ।


କ୍ଷଣକ ରେ ବର୍ଷା ରାଣୀ ଚେଇଁ ଉଠିଲା 

କାତର ନୟନେ ରବି ରୋଦନ କଲା ।


ଘଡ଼ ଘଡି ମେଘ ଗର୍ଜନ ନାଦ 

ବର୍ଷା ରାଣୀ ନାଚେ ହୋଇ ଉନ୍ମାଦ ।


ସୁଲୁ ସୁଲୁ ବହେ ପବନ ଧୀର 

ଦେଖି ମୋ ତନୟ ହୁଏ ଅଧିର  ।


ଝିପି ଝିପି ବର୍ଷା ଶୀତ ଲହରୀ 

ନାଚିବାକୁ ଇଚ୍ଛା ମନ ଆତୁରି ।


ଗୁଣୁ ଗୁଣୁ ଗୀତ ଗାଈ ବସିଲି 

ବର୍ଷା ଆନନ୍ଦେ ମନ ତୋଷି ଲି ।


ଡେ ଣା ଝାଡି ଆସେ ମାଛ ରଙ୍କା ପକ୍ଷୀ 

ଆନନ୍ଦ ମୁଖରେ ନାଚେ ମଧୁମକ୍ଷୀ ।


ନର୍ତ୍ତକୀ ସାଜି ଣ ମୟୂର ପଲ 

ଗାଉ ଥାଆନ୍ତି ଗୀତ ହୋଇ ଣ ମେଳ ।


ଇନ୍ଦ୍ର ଧନୁ ଦିଶେ ପୂରୁବ ଆକାଶେ 

ପ୍ରଫୁଲିତ ମନ ମୋ ଚଉ ପାଶେ ।


Rate this content
Log in