ବର୍ଷା ଋତୁ
ବର୍ଷା ଋତୁ
ସୃଷ୍ଟି କର୍ତ୍ତା ଜୀବଜଗତ ନିମନ୍ତେ
ସବୁ କିଛି ଖଞ୍ଜିଛନ୍ତି,
ଗ୍ରୀଷ୍ମ ବର୍ଷା ଶୀତ ଛଟି ଋତୁ ଯେ
ଉପହାର ଦେଇଛନ୍ତି।
ଖାଦ୍ୟ ବସ୍ତ୍ର ଠାରୁ ପ୍ରକୃତି ସୁରକ୍ଷା
ମଣିଷକୁ ଦେଇଛନ୍ତି,
ବର୍ଷା ଋତୁ ଯେ ସଭିଙ୍କର ପ୍ରିୟ
କବି ବର୍ଣ୍ଣନା କରନ୍ତି।
ଶାଗ ମାଛ ଠାରୁ ପନିପରିବା ତ
ସହଜେ ସବୁଠି ମିଳେ,
ଚାଳର ନାଲିଆ ପାଣିରେ ଦେଖ
ଡଙ୍ଗା ଗାଁ ଦାଣ୍ଡେ ଚାଲେ।
ଚଷାଭାଇ ପୁଣି ମନ ଆନନ୍ଦରେ
ଧାନ ରୋଇ ଯାଇଥାଏ,
ଖଇଞ୍ଚି ବସାଇ କରାଣ୍ଡି ଗଡିଶା
ବର୍ଷା ରେ ମାଧଭାଇ ଧରୁଥାଏ
ବରଷା ଋତୁ ଯେ ସଭିଙ୍କ ଭରସା
ନିଆରା ସେ ଅନୁଭୂତି,
ସାଧବବୋହୁ ବି ମନ ଆନନ୍ଦରେ
ପସରା ମେଲି ଦିଅନ୍ତି।
ବନ୍ୟା ବାତ୍ୟା ଦୁଃଖ ଦୁର୍ବିପାକ ଆସେ
ବର୍ଷା ଋତୁରେ ଜାଣ,
ନଦୀକୂଳ ଲୋକମାନଙ୍କର ପରା
ଉଛନ୍ନ ହୁଅଇ ପ୍ରାଣ।
ପଖିଆ ଛତା ତ ଖୁସି ଆନନ୍ଦରେ
ବର୍ଷା ରେ ଓଦା ହୁଅନ୍ତି,
କୁଲା ମୁଣ୍ଡେ ଥୋଇ ଗରିବ ଝିଅଟି
ପୋଖରୀରୁ ପାଣି ଆଣୁଛି।
ଋତୁଚକ୍ର ଆଜି ବଦଳି ଯାଇଛି
ଆଗଭଳି ବର୍ଷା ଆସୁନାହଁ,
ଲଘୁଚାପ ହେଲେ ଦୁଃଖ ବୋଝଧରି
ବର୍ଷା ବର୍ଷୁଛି ତ ଭାଇ।
ବର୍ଷା ଋତୁ ଆସିଲାଣି
କ୍ଷେତବାଡି ଚାଷ ଚଷା କଲାଣି
ବଉଳଲୋ,
ବିଲରେ ବିହନ ବୁଣିବାକୁ ଯାଇ
ରାମୁଲୁ ହିଡ କାଟିଲାଣି।
ଏଯାଏଁ ରଖିଛି ପ୍ରୀତି କାଗଜ ମୁଁ
ବର୍ଷା ଋତୁକୁ ଚାହିଁ,
କାଗଜ ଡଙ୍ଗା ମୁଁ ମୋ ଗାଆଁ ଦାଣ୍ଡରେ
ପ୍ରିୟ ସାଥେ ଭସାଇବା ପାଇଁ।
