STORYMIRROR

bebismita kar

Others

3  

bebismita kar

Others

ବର୍ଷା ରାଣୀ

ବର୍ଷା ରାଣୀ

1 min
198

ଏବେ ତ ଗ୍ରୀଷ୍ମ ଦିନ ଗଲା

ବରଷା ଋତୁ ପ୍ରବେଶିଲା।


ଖରାରୁ ମିଳୁଥିଲା କ୍ଳାନ୍ତି

ବରଷା ଏବେ ଦେବ ଶାନ୍ତି।


ଆକାଶେ ମେଘ ମାଳ ବୁଲେ

ବିଜୁଳି, ଘଡଘଡି ଝୁଲେ।


ପ୍ରାଣୀଜଗତ, ବୃକ୍ଷଲତା

ସଭିଏଁ ଦେଲେଣି ବାରତା।


କଳା ମେଘୀ ଓଢଣୀ ଟାଣି

ଆସିଚି ଆଜି ବରଷା ରାଣୀ।


ଫାଟିକି ଆଁ ଥିଲା ମାଟି

ସବୁ ତୃଷ୍ଣା ତା ଗଲା ମେଣ୍ଟି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍