ବର୍ଷା ରାଣୀ
ବର୍ଷା ରାଣୀ
1 min
169
ବଳାହକେ ଚାହିଁ ନାଚେ ବଳାହକ
ପର୍ବତ ଶିଖରେ ହୋଇଣ ଉଚ୍ଚାଟ ୧
ବର୍ଷା-ଭୂ ଗାଉଛି ହୋଇ ଆନନ୍ଦିତ
ବର୍ଷା ଆଗମନୀ ସ୍ବାଗତ ସଙ୍ଗୀତ ୨
ହେମ କାନ୍ତି ବିଂଚି ଚମକେ ବିଜୁଳି
ଯେହ୍ନେ ବର୍ଷା ରାଣୀ ମାଥେ ମଥାମଣ ୩
ସୁ ମଧୁର ସୁରେ ପାଦର ପାଉଁଜି
ବଜାଇ ବଜାଇ ନାଚେ ଭିଜି ଭିଜି ୪
ଭ୍ରମ ରେ ପକାଏ ଘଡଘଡି ଶବ୍ଦ
ବର୍ଷା ରାଣୀ ରଥ ଚକର ଘର୍ଘର ୫
ଆସ ଗୋ ବରଷା ଢାଳି ସୂୁଧା ବାରି
ଚାଷୀ, ଚାଷ, କ୍ଷେତ ହସୁ କିରି କିରି ୬
