ବର୍ଷା ର ପହିଲି ସ୍ପର୍ଶ
ବର୍ଷା ର ପହିଲି ସ୍ପର୍ଶ
1 min
432
ବର୍ଷାର ପହିଲି ସ୍ପର୍ଶରେ
ମାଟି ବିଚ୍ଛୁରାଇ ଦିଏ
ସେଇ ଭିଜା ଭିଜା ବାସ୍ନା
ହୃଦୟକୁ କରି ଆଲ୍ହାଦିତ
ଗଗନ ପବନେ ହୁଏ
ମହକିତ ମେଣ୍ଟାଇ ଅପେକ୍ଷାର ତୃଷ୍ଣା
ନାଚିନାଚି ଗାଏ ତରୁଲତା
ବର୍ଷାରେ ଖେଳି ଦୋଳି
ପରିଷ୍କାର ଦିଶେ ସ୍ନାନ କରି
ଚଷାଭାଇ ଭାରି ଆନନ୍ଦିତ
ଆକାଶେ ବାଦଲ ଦେଖି
ସଭିଙ୍କ ମୁଖେ ଯୋଗାଇବି ଅର୍ଣ୍ଣ ଫସଲ କରି
ପ୍ରକୃତିର ଆଭା ଦ୍ୱଗୁଣିତ
ନିର୍ମଳ ଶୋଭା ପରକାଶେ
ହୁଏ ପରିପୂର୍ଣ୍ଣ ଧରଣୀ ରାଣୀ
ଜଳଚର ଜୀବ ମଧ୍ୟେ
ଫୁଲେଇ ବେଙ୍ଗୁଲୀ ରାଣୀ
ଉର୍ଦ୍ଧମୁଖେ ମାଗେ ଆହୁରି ପାଣି l
