ବର୍ଷା ଓ ଖୋଲା ଝର୍କା
ବର୍ଷା ଓ ଖୋଲା ଝର୍କା
1 min
403
ବର୍ଷା
ଖୋଲା ଝର୍କା
ପାଣି ଛିଟ୍ କା
ମେଲା ଡାଇରୀ
କପେ ଚା ବାଁ ହାତରେ
ଡାହାଣ ହାତରେ
ନାଲି ଡଟ୍ ପେନ୍
ଦେହରେ ନିଆଁ
ମନରେ ତୁମ ଭାବନା
ମେଘ ହାତେ ତୁମ ପାଖକୁ
ବାତିନି।
ଦେହଳିରେ
ଶିହରଣ
ହୃଦୟରେ ଭୂମିକମ୍ପ
ବିଦଗ୍ଧ ବିରହି ମନ
ତୁମ ଭାବନା
ଶବ୍ଦ ହୋଇ ଫୁଟି ଉଠୁଥିଲେ
କବିତା ରୂପରେ
ମିଠା ଦରଜ
ଆତ୍ମ ସମର୍ପଣ କରୁଥିଲେ
ତଲ୍ଲୀନ ହୋଇ
ଖୋଲା ବର୍ଷା ଛିଟାରେ
ଓଦା ଡାଇରୀରେ
ଓ ମୋ ମନ।
