STORYMIRROR

Satyabati Swain

Others

4  

Satyabati Swain

Others

ବର୍ଷା ଓ ଖୋଲା ଝର୍କା

ବର୍ଷା ଓ ଖୋଲା ଝର୍କା

1 min
407


ବର୍ଷା

ଖୋଲା ଝର୍କା

ପାଣି ଛିଟ୍ କା

ମେଲା ଡାଇରୀ

କପେ ଚା ବାଁ ହାତରେ

ଡାହାଣ ହାତରେ

ନାଲି ଡଟ୍ ପେନ୍

ଦେହରେ ନିଆଁ

ମନରେ ତୁମ ଭାବନା

ମେଘ ହାତେ ତୁମ ପାଖକୁ

ବାତିନି।

ଦେହଳିରେ

ଶିହରଣ

ହୃଦୟରେ ଭୂମିକମ୍ପ

ବିଦଗ୍ଧ ବିରହି ମନ

ତୁମ ଭାବନା

ଶବ୍ଦ ହୋଇ ଫୁଟି ଉଠୁଥିଲେ

କବିତା ରୂପରେ

ମିଠା ଦରଜ

ଆତ୍ମ ସମର୍ପଣ କରୁଥିଲେ

ତଲ୍ଲୀନ ହୋଇ

ଖୋଲା ବର୍ଷା ଛିଟାରେ

ଓଦା ଡାଇରୀରେ

ଓ ମୋ ମନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍