STORYMIRROR

SARATA KUMAR DAS

Others Tragedy

3  

SARATA KUMAR DAS

Others Tragedy

ବର୍ଷା ଓ ଦିଗହରା ମଣିଷ

ବର୍ଷା ଓ ଦିଗହରା ମଣିଷ

1 min
26.1K


ଅମାନିଆ ବର୍ଷାଟା ବର୍ଷୁଛି ଯେ

ଦିନ ତମାମ ରାତି ସାରା

ଛାଡିବାର ନାଁ ଧରୁନି ଜମା

ରହି ରହି ବହୁଛି କୋହଲା ପବନ

ଚକମକି ବିଜୁଳିର ଛାଇ ଆଲୁଅ ଖେଳରେ,

ଘଡଘଡି ଶବ୍ଦଗୁଡିକ

ଧସେଇ ପଶୁଛନ୍ତି ଜୋର ଜବରଦସ୍ତ

ଥରିଯାଉଛି ମୋ ହୃଦୟ ,

କମ୍ପି ଉଠୁଛି ମୋ ସବୁଜ ନିଳୟ

ରୁଣ୍ଡହୋଇ ରହିଥିବା ମୋ ଆତ୍ମ ବିଶ୍ଵାସର

ପତଳା ଆସ୍ତରଣଟି

ଛିଡି ପଡୁଛି ଟୁକୁରା ଟୁକୁରା ହୋଇ

ଗ୍ଳାନି ଅନ୍ତର୍ଦାହ କେତେ ପଶ୍ଚାତାପ

ଭାସିଯାଉଛନ୍ତି ବର୍ଷାର ସ୍ରୋତରେ

ଠିକ୍ କାଗଜର ଡଙ୍ଗା ଭଳି ।।

ଦିନ ଗଡିଯାଉଛି ଯେତେ

ଜମାଟ ବାନ୍ଧୁଛି ବହଳ ବହଳ ଅନ୍ଧାର

ଧୂସରିତ ଦିଗବଳୟ

ଧୂମାନ୍ତ ଅସ୍ପଷ୍ଟ ଗତିପଥ

ମାଡିଆସୁଛି ବିତ୍ପାତର କରାଳ ରୂପ,

ସ୍ପଷ୍ଟ ଦୃଶ୍ୟମାନ

କେତେ ବେସାହାରା ମଣିଷର

ଆଖିର ଲୁହରେ ଭସ୍ମୀଭୂତ

ଅସୁମାରି ସୁନେଲି ସ୍ଵପ୍ନର ମହ୍ଲାର ,

ରଂଗ ବେରଂଗରେ ସଜାଇହୋଇ ରହିଥିବା

କେତେ ନିବୁଜ କେତେ ନିଷିଦ୍ଧ

ଇଛାମାନଙ୍କର ସର୍ବନାଶ ,

ସମୟର ଚକା ଭଉଁରୀରେ

କେତେ ଓଲଟ ପାଲଟ

ମଣିଷର ଭାଗ୍ୟ ଓ ଭବିଷ୍ୟତ ।।

ତଥାପି ...

ହତଭାଗ୍ୟ ଏ ମଣିଷ

ହତଭାଗ୍ୟ ତା'ର ବିଚାର ଓ ମୂଲ୍ୟବୋଧ

ବାଜି ଲଗାଇ ଚାଲିଛି ନିଜର ସ୍ଵାଭିମାନ

ଗର୍ବ ଅହଙ୍କାରର ନିଷ୍ଠୁର ପଶାପାଲିରେ,

ଅଜ୍ଞତାର ଝଲମଲ ଖୋଳପାରେ

ଭାସିଯିବ ଦିନେ ବୁଦ୍ ବୁଦ୍ ଭଳି

ବର୍ଷାର ପ୍ରଖର ସୁଆରେ ।।

ଶରତ କୁମାର ଦାସ

ବଡବିଲ ମହାବିଦ୍ୟାଳୟ,ବଡବିଲ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍