STORYMIRROR

Balaram Barik

Children Stories Others

4  

Balaram Barik

Children Stories Others

ବର୍ଷା ନାନୀ

ବର୍ଷା ନାନୀ

1 min
390



ବର୍ଷା ନାନୀ ଲୋ ବର୍ଷା ନାନୀ 

ତୁ ଦିଶୁଛୁ ବଡ଼ ସୁନ୍ଦରୀ।


ଝର୍କା ଏପଟେ ଥାଇ ମୁଁ ଦେଖୁଛି

ଚଞ୍ଚଳା ରୂପ ତୋହରି।


ଟିପ୍ ଟାପ୍ ବର୍ଷୁ କେବେ କେବେ 

କେତେବେଳେ ଲଗାଉ ତୁ ଝରୀ।


ବର୍ଷା ନାନୀ ଲୋ ବର୍ଷା ନାନୀ 

ତୁ ସତେ ଦିଶୁଛୁ ବଡ଼ ସୁନ୍ଦରୀ।


ଶାଗୁଆ ରଙ୍ଗର ଶାଢୀ ତୁ ପିନ୍ଧିଛୁ

ଲାଗୁଛୁ ସତେ କି ପରୀ।


କଳା ବାଦଲର କଜଳ ନାଇଛୁ

ଜନମନ କରୁ ଚୋରୀ।


ବର୍ଷା ନାନୀ ଲୋ

ଲାଲ ରଙ୍ଗର ଚୁଡା ତୁ ବାନ୍ଧିଛୁ

ହେବ କିଏ ତୋତେ ସରି।


ରାଗିଗଲେ ତୁହି ଗରଜି ଉଠୁ 

ନାହିଁ ତ ହାରି ଗୁହାରୀ।


ବର୍ଷା ନାନୀ ଲୋ

ପିଚ୍ କିନା ଯେବେ ହସିଦେଉ ତୁ 

ଟୋକାଏ ଯାଆନ୍ତି ମରି।


ଚାହାଣୀ ତୋର ମୃଗ ନୟନୀ ଲୋ 

କିମିଆ କରୁଛି ଭାରି।


ବର୍ଷା ନାନୀ ଲୋ

ଝାଡ଼ିଦେଉ ଯେବେ ଓଦା କେଶ ତୋର 

ଉଷ୍ମତାରେ ଯାଏ ପୁରି।


ରୁଣୁ ଝୁଣୁ ତୋର ନୁପୁର ଶୁଭଇ

ଶୁଭ୍ର ପଙ୍ଖକୁ ପ୍ରସାରୀ।


ବର୍ଷା ନାନୀ ଲୋ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍