ବର୍ଷା ମଧ୍ୟ କଥାକୁହେ
ବର୍ଷା ମଧ୍ୟ କଥାକୁହେ
ସମସ୍ତେ କୁହନ୍ତି......
ମୋର କୁଆଡେ ଅନେକ ନାଁ ଅଛି
ମୁଁ ମୁକ କଥା କହି ପାରେନି
ସମସ୍ତଙ୍କ ପସନ୍ଦ ତ ନୁହଁ
ହେଲେ ଅନେକଙ୍କ ମନରେ ମୁଁ ଘର କରିସାରିଛି
ଗାଁ ଦାଣ୍ଡ , କୋଠାବାଡି, ଧନୀଗରିବ
ଦୁଃଖ ସୁଖ କିଛି ଦେଖେନି
କେବଳ କର୍ମ ମାଧ୍ୟମରେ କଥାକୁହେ
ହଁ ବେଳେବେଳେ
ନ କହି ମୁଁ ସମସ୍ତଙ୍କ ଜୀବନକୁ ଆସେ
ତଥାପି କେହି ମୋତେ ଅସ୍ବୀକାର କରିନାହିଁ
ବିଜୁଳି ଘଡଘଡିକୁ ନେଇ
ମୁଁ ତୀବ୍ର ବେଗରେ ପୃଥିବୀ ପୃଷ୍ଠକୁ ଆସେ
ଶାମୁକା ଗର୍ଭରେ ମୁକ୍ତା ପରି
ମୁଁ ଲୁଚି ରହେ ଆକାଶର ଗର୍ଭରେ
ଶୁଖିଲା ତୃଣଟି ବଞ୍ଚିଉଠେ
ମୋତେ ପାଇଲା ପରେ କିଛି ସମୟ ପାଇଁ
ତପନ ମଧ୍ୟ ତା ସଂସାରକୁ ମୋ ଭରସାରେ ଛାଡିଦିଏ
ମୁଁ ନିରବ ରହି ଅନେକ କିଛି କଥା କୁହେ......
ପୁଣି ଜାଣିଛ......
ଏମିତି ମଧ୍ୟ ମୋର ସାଥି ଅଛି
ମୋ ବିନା ସେ ଆତ୍ମହତ୍ୟା କରେ
ସତେ ଯେମିତି ମୁଁ ହିଁ ତାର ବଞ୍ଚିବାର ମାଧ୍ୟମ
ମୋର ଗୋଟିଏ ଇଚ୍ଛା ମୋ ଗର୍ଭରେ ଥିବା ଅମୃତକୁ
ସମସ୍ତଙ୍କ ଉପରେ ଯେମିତି ଅଜାଡି ଦେବି
ତୁମେ ଜାଣିଛ........
ମୋ ଉପରେ ସମସ୍ତଙ୍କର ଅଧିକାର ଅଛି
ମୁଁ ସ୍ୱାର୍ଥପର ନୁହେଁ
ତଥାପି ବେଳେବେଳେ ସ୍ୱାର୍ଥପର ସାଜିଯାଏ
ଅନେକ ଇଚ୍ଛା ନେଇ ଆସେ
ହେଲେ ସବୁ ଇଚ୍ଛା ପୁରଣ କରି ପାରେନି
ହଁ ମୁଁ ମଧ୍ୟ କଥାକୁହେ..........
ନିରବ ରହି ହିଁ ଅନେକ କଥା........l
