Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Others

2  

Hrushikesh Satpathy

Others

ବର୍ଷା ଲୋ,ତୁ ଆସିଗଲୁ

ବର୍ଷା ଲୋ,ତୁ ଆସିଗଲୁ

1 min
2.4K


ବର୍ଷା ଲୋ,ତୁ ଆସିଗଲୁ
ଅଲଣା ଓଢଣୀ ନେଇ
ନାଚି ନାଚି ଝୁମି ଝୁମି
ବେସୁରା ସୁରରେ ।

ଭାବି ନ ଥିଲି ମୁଁ ସତେ
ଭେଟ ହେବ ତୋ'ରି ସାଥେ
ପଉଷ କାକର ଘେରା
ବେପଥୁ ବେଳାରେ ।

ଆସିଲୁ ତୁ ଭଲ କଲୁ
ନିଜେ ଭିଜି, ଭିଜେଇଲୁ
ଅଜାଣତେ ମୁହଁ ତୋ'ର
ଯାଇଥିଲା ଶୁଖି ।

କାହିଁକି ଲୋ ବର୍ଷା ରାଣୀ
ସାଥିରେ ତୋ'ସଉତୁଣୀ
ଶୀତ କୁ ସାଥିରେ ଆଣି।
ଓଦା କଲୁ ଆଖି ।

ଶ୍ରାବଣରେ ଆସୁଥିଲୁ
ନୁପୁର ତୁ ନାଇଥିଲୁ
ଇନ୍ଦ୍ରଧନୁ ଓଢଣୀରେ
ନିଜକୁ ସଜେଇ ।

ଓଢଣୀ ତୋ' ଉଡୁଥିଲା
ଫୁଲର ମହକ ଥିଲା
ମେଘରେ ମେଘରେ ସାରା
ଆକାଶ ରଙ୍ଗେଇ ।

ନିରୀମାଖୀ ନୃତ୍ୟାଙ୍ଗନା
ସାଧବ ବୋହୁ ଗହଣା
ଆଭୂଷଣେ ସାଜିଥିଲୁ
ପ୍ରତୀକ୍ଷା ମାନସୀ ।

ଆଜି ଏଇ ଅବେଳାରେ
ବରଷିଲୁ ଅଗଣାରେ
ଦେଇ ପାରିଲୁନି ଟିକେ
କା'ମନରେ ଖୁସି ।

ଯା'ଲୋ ବରଷା ରାଣୀ
ସାଥେ ନେଇ ସଉତୁଣୀ,
ଗେଲ୍ହେଇ ସାଜି ଆସିବୁ
ଶ୍ରାବଣୀ ସାଥିରେ ।

ସ୍ୱାଗତିକାର ସମ୍ଭାର
ଛନ୍ଦ ଭରା ଉପହାର
ସାଇତି ସଜେଇ ଥିବି
ପ୍ରୀତିରେ ପ୍ରୀତିରେ ।


Rate this content
Log in