STORYMIRROR

Amiya Bej

Others

3  

Amiya Bej

Others

★ ବର୍ଷା ହେଲେ ★

★ ବର୍ଷା ହେଲେ ★

1 min
27.3K



ବର୍ଷା ହେଲେ -

ଶୋଇପଡେ ଏ ଗୁମସୁମ୍ ରାତି

କେଜାଣି କାହିଁକି ? କେଜାଣି କାହିଁକି ?

ବର୍ଷା ହେଲେ -

ଭୟପାଏ , ଏ ଡାହାଳଙ୍କ ରଡି

କେଜାଣି କାହିଁକି ? କେଜାଣି କାହିଁକି ?

ବର୍ଷା ହେଲେ -

ଆନମନା , ଏ କୁଆଁରୀ ର ମନ

କେଜାଣି କାହିଁକି ? କେଜାଣି କାହିଁକି ?

ବର୍ଷା ହେଲେ -

ବାସ ମହକାଏ , ଏ ନିଥର ବିଛଣା

କେଜାଣି କାହିଁକି ? କେଜାଣି କାହିଁକି ?

ବର୍ଷା ହେଲେ -

ଚୂଲୀ ଜଳେନା , ଏ ଅଭାବୀର ଘରେ

କେଜାଣି କାହିଁକି ? କେଜାଣି କାହିଁକି ?

ବର୍ଷା ହେଲେ -

ନର୍ଦ୍ଦମାରେ ଭାସେ , ଏ ସଦ୍ୟଜାତ

କେଜାଣି କାହିଁକି ? କେଜାଣି କାହିଁକି ?

ବର୍ଷା ହେଲେ -

ଫେରେନାହିଁ ଘର , ଏ କୂଳ ଭୁଆଷୁଣୀ

କେଜାଣି କାହିଁକି ? କେଜାଣି କାହିଁକି ?

ବର୍ଷା ହେଲେ -

ନୀରବରେ ରୁହେ ,ଏ ଶବ୍ଦ ଅପଶବ୍ଦ

କେଜାଣି କାହିଁକି ? କେଜାଣି କାହିଁକି ?

ବର୍ଷା ହେଲେ -

ଘଟୁଥାନ୍ତି ଖାଲି , ଏ ନହେବାରୁ ହେବା

କେଜାଣି କାହିଁକି ? କେଜାଣି କାହିଁକି ?

ବର୍ଷା ହେଲେ , 'ମୁଁ'

ଅଫେରା ବାଟ ତୋ' , ଚାହିଁ ରହୁଥାଏ

କେଜାଣି କାହିଁକି ? କେଜାଣି କାହିଁକି ?

@ ଅମୀୟ ବେଜ୍



विषय का मूल्यांकन करें
लॉग इन