STORYMIRROR

Niranjan Sahu

Others

3  

Niranjan Sahu

Others

ବର୍ଷା ଗୋ

ବର୍ଷା ଗୋ

1 min
146

ବର୍ଷା ଗୋ ତୁମେ ଜଲଦି ଆସ   

    ତୁମ ଅପେକ୍ଷା ରେ ରହିଛୁ

ମୌସୁମୀ ରୂପ ଧରି ଆସଗୋ ତୁମେ

     ତୁମ ବାଟ ଚାହିଁ ରହିଛୁ


ଆମ ଚାଷୀ ଭାଇ ଖୁସିରେ ହସିବେ

     ଯେତେବେଳେ ତୁମେ ଆସିବ

 ଧରଣୀ ସବୁଜ ଶ୍ୟାମଳ ହୋଇବ

     ନୂଆଁ ବୋଉ ପରି ଦିଶିବ


ତୁମ ଆଗମନେ ଧରଣୀ ନାଚିବ

   ପ୍ରାଣୀ ବି ଖୁସିରେ ନାଚିବେ

ତୁମରି ବିନା ଏ ଧରା ଧାମ କି

     ହସ ଖୁସିରେ ରହିବ


ତୁମେ ଅନ୍ନଦାତା ତୁମେ ପ୍ରାଣଦାତା

     ତୁମ ବିନା ଆମେ ନିର୍ଜୀବ

ତୁମେ ଯେବେ ଆସ ଏ ଧରାଧାମକୁ

     ଆମେ ହୋଇଯାଉ ସଜୀବ


ଡେରି ହୋଇଲାଣି ଆଗୋ ମୌସୁମୀ

      ଆଉ ଡେରି ନକରିବ

ଏଧରା ଧାମକୁ ବେଗି ବେଗି ଆସି

      ଆମ ପ୍ରତି ଦୟା କରିବ


ସ୍ୱାଗତମ ସ୍ୱାଗତମ ଆଗୋ ମୌସୁମୀ

      ବିରାଜିବ ଆମ ପାଖରେ

      ତୁମକୁ ପାଇଲେ ଆମେ ଖୁସି ହେବୁ

       ନାଚିବୁ ଡେଇଁବୁ ଖୁସିରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍