STORYMIRROR

Niranjan Sahu

Others

3  

Niranjan Sahu

Others

ବର୍ଷା ଗୋ

ବର୍ଷା ଗୋ

1 min
268

ବର୍ଷା ଗୋ ତୁମେ କାହିଁ ଲୁଚିଗଲ  

 ଦେଖାଚାହାଁ ଟିକେ ଦେଉନ

ଆଷାଢ଼ ଯାଇ ଶ୍ରାବଣ ଆସିଲା

ଆମ ଆଡେ ଟିକେ ଆସୁନ 


ମୌସୁମୀ ତୁମକୁ ସାଙ୍ଗରେ ଆଣିଲା

ବାଟରେ କେଉଁଠି ଲୁଚିଲ

ଚାତକ ପରି କା ଚାହିଁବସିଅଛୁ

କିଆଁ ତୁମେ ମୁହଁ ମୋଡିଲ 


ତୁମେ ତ ଆମର ଜୀବନ ପରାଣ

ତୁମ ବିନା ସବୁ ଅସାର

ତୁମରି ଆଶିଶେ ଏ ମର୍ତ୍ତ୍ୟ ମଣ୍ଡଳ

ଶ୍ୟାମଳ ସବୁଜ ସୁନ୍ଦର  


ତୁମରି ବିନା ଏ ସାରା ସଂସାର

ହୋଇଯିବ ପୁରା ବେକାର

ଆମପ୍ରତି ଟିକେ ଦୟା ବହିକରି

ଢାଳି ଦେ କରୁଣା ଅପାର  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍