STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Others

3  

ପ୍ରିୟଦର୍ଶିନୀ ମହାନ୍ତି

Others

ବର୍ଷା ଏକ ଶୁଭାଶିଷ

ବର୍ଷା ଏକ ଶୁଭାଶିଷ

1 min
179

ବର୍ଷା ଆଗମନ ଦିଏ

 ମଧୁର ବାରତା।

ବିଜୁଳି ଫଟାଇ 

ଫୁଟି ଆସେ ବର୍ଷା ରାଣୀ।

ଗ୍ରହଣ କରି ସେ

ବୈଶାଖର ସ୍ଥାନ..

ମନେ ଭରିଦିଏ 

ନୂଆ ଉନ୍ମାଦନ।


ରିମଝିମ ବର୍ଷାର ..

ଟୋପାଟୋପା ବିନ୍ଦୁ ସମୂହ..

ଶୀତଳ ଆଲିଙ୍ଗନ ପାଇଁ ..

ଖୁବ ବ୍ୟାକୁଳତ ମାଟି।

ପୁଣି ଥରେ ଜୀଇଁ ଉଠିବାର ସମ୍ଭାବନା।

ନୂତନତ୍ୱର ଆକାଂକ୍ଷା ନେଇ...

ବର୍ଷା ଅବତାରେ ଧରାଧାମକୁ..

ଉଜ୍ଜୀବିତ କରେ ଭାବନା।


ସ୍ପର୍ଶ ମାତ୍ରେ ମାଟି ବି ବାସିଯାଏ..

ଏକ ନିଆରା ବାସ୍ନାରେ।

ସଚରାଚର ଖେଳି ଯାଏ ନୂଆ ପୁଲକରେ।

ଯେବେ ଓଲ୍ହାଇ ଆସେ ବର୍ଷା...

ମେଘ ଝୁଲଣ ରୁ ନିମ୍ନକୁ।

କିନ୍ତୁ ନ ରଖି ମନରେ 

ଭିଜେଇ ଦିଏ ସାରା ମୂଲକକୁ।


ଆଣେ ଦିଏ ସାଥେ..

 ବିରହ ମନରେ ହରଷ।

ପୁଣି ଢାଳିଦିଏ ପ୍ରେମ ପୀୟୂଷ।

ଜୀବଜଗତକୁ ଦିଏ ବିଶ୍ଵାସ।

ନିଦାଘ ଦାଉରୁ ଦିଏ ସୃଷ୍ଟିକୁ ଉଶ୍ୱାସ।

ଋତୁ ମଧ୍ୟେ ଶ୍ରେଷ୍ଠ ସେ ଯେ

ବର୍ଷା ଏକ ଶୁଭାଶିଷ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍