ବର୍ଷା,ବସନ୍ତ,ବଶୈାଖୀ
ବର୍ଷା,ବସନ୍ତ,ବଶୈାଖୀ
1 min
394
କୁଆଁରୀ କନ୍ୟାର ଯାଦୁରେ
ମତେ ମତୁଆଲା କଲା
ଚେନାଏ ହସର ଅଳପ ଦେଖାରେ
ମୋର ମନ କିଣିନେଲା ା
ତା ଷୋଢସି ବୟସର
ଯୈାବନରେ ଖେଳୁଥିଲା
ସାତ ବସନ୍ତର ରଙ୍ଗ
ମଳୟ ପବନର ସୁରରେ
ଖେଳୁଥିଲା ପୂରବୀ ଝଙ୍କାରର ରାଗ ା
ରେଶମି ନଗରିର ମାୟାବିନି ସେ
ତା ମନରେ ଉଠେ ଅନେକ ଝଡ
ବର୍ଷା,ବସନ୍ତ,ବୈଶାଖୀ କୁ ଡେଇଁ ଆସେ
ଭାଙ୍ଗି ଦେଇ ବୟସର ବାଡ
ତା ବୟସରେ ଅମାନିଆ ପ୍ରେମ
ଅଭିମାନିର ଅଶ୍ରୁଲେଖାରେ
କେବେପୁଣି ମିଛ ପ୍ରତିଶ୍ରୂତି
ମରୁମୟି ମରୁଚିକାର ଛଳନା
ସେହି ସୁନ୍ଦରି କୁଆଁରିର ପ୍ରେମ
କେବେ ମାୟାବିନିର ମଧୁରିତା
ସାତ ଜନମକୁ ସାକ୍ଷୀ ଦେଇସେ
କେଉଁଆଡେ ଲୁଚିଗଲା
ଏବେ ବି ମୁଁ ଖୋଜୁଛି ତାକୁ
ମୋ ପ୍ରେମ ଜୀବନ ଜୁଆରେ
ସେ ବର୍ଷା,ବସନ୍ତ, ବୈଶାଖୀକୁ
