STORYMIRROR

SUKANTA KHANDA

Others

4  

SUKANTA KHANDA

Others

ବରଷା ଆସିଲା

ବରଷା ଆସିଲା

1 min
246


ଖରାକୁ ହଟେଇ ବରଷା ରାଜତ୍ବ

ଆରମ୍ଭ କରିଲା ଏବେ

ନଦୀ ପୋଖରୀରେ ଭରତି ହେଲାଣି

ପାଣି ଆମର ଏ ଭାବେ।୧

ଜଳଚରଙ୍କର ଆନନ୍ଦ କହିଲେ 

ନ ସରେ ଆଜିର ଦିନେ

ବଂଶ ବୃଦ୍ଧି ପାଇଁ ଲାଗି ପଡି଼ଲେଣି

ଯାଇ ନିଜନିଜ ଧ୍ଯାନେ।୨

ଅମୃତର ଝର ଯେଉଁଆଡେ଼ ଦେଖି

ଉଠି ଚାଲିଛନ୍ତି ସବୁ

ଦେହ ଓ ମନକୁ କେଜାଣି କାହିଁକି 

କରି ନ ପାରନ୍ତି କାବୁ।୩

ମତୁଆଲା ମନ ଉଠୁଛି ଉପରେ

ଥଳକୂଳ ନାହିଁ ତାଙ୍କ 

ଉପଭୋଗ ପାଇଁ ସମୟ ସୁଅରେ

ଦେଖ ହେଉଛନ୍ତି ରଙ୍କ।୪

ଈଶ୍ବରଙ୍କୁ କୋଟି ଧନ୍ଯବାଦ ସହ

ପ୍ରଣାମ କରନ୍ତି ସବୁ

ବଂଶ ରକ୍ଷା ହେବ ଜଳଚରଙ୍କର

ହେ ଦୟାଳୁ ତୁମେ ବିଭୁ।୫

ତୁମର ଆଦେଶ ବରଷା ଆସିକି

ରାଜତ୍ବ କରିବା ଯୋଗୁଁ 

ସଭିଙ୍କର ଦେଖ ସନ୍ତୋଷ ସକାଶେ

କରମେ ଆଜି ଆଗୁଆ।୬

ହେ ବରଷା ତୁମେ ଈଶ୍ବର ଆଦେଶ

ପାଳନ କରିଲେ ଭଲ

ଜଳଚର ଯେତେ କୃତାର୍ଥ ମଣିବେ

ପରସ୍ପର ହେବେ ଗେଲ।୭

ଧନ୍ଯ ହୋଇଯିବେ ଏ ମରତ ଭୂମେ

କରମ କରିକି ସବୁ

ବରଷା ହେ ତୁମେ ଆଉ ମୋଟେ ଆହା

ଖରାରେ କରନି କାବୁ।୮

ତୁମର ହାତରେ ମାରିବା ତାରିବା

ତୁମେ ଈଶ୍ୱର ଓ ଯମ

ଏ ମାଟିରେ ଯେତେ ଏ ସଂସାରେ ପଥେ

ହୃଦୟରେ ଧରି ଭ୍ରମ।୯

ଆସିଛ ନିଶ୍ଚୟ ଜଗତ ପାଳିବା

ଶୃଙ୍ଖଳାରେ ଆସନରେ

ବସି କରତବ୍ଯ କରୁଥାଅ ପ୍ରଭୁ

ନିଜର ଇଛା ମନରେ।୧୦

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍