Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakash Sahoo

Others

2.5  

Prakash Sahoo

Others

ବର୍ଷା ଆସିଛି

ବର୍ଷା ଆସିଛି

1 min
7.1K


ବର୍ଷା ଆସିଛି।

କଳା ବାଦଲର ଓଢଣା ଢାଙ୍କି,

ପାଦରେ ହୀରା ରଙ୍ଗର,

ପାଉଁଜି ପିନ୍ଧି ନାଚୁଛି।

ଟପ ଟପ ପତ୍ର ଉପରେ ଝରି ପଡୁଛି।

ତାର ଟୋପା ଟୋପା ପାଣି।

ଶୀତଳ ପବନ,ବର୍ଷା ଆଉ

ଶୁଷ୍କ ମାଟିର ସ୍ପର୍ଶକୁ ଦେଖି,

ପ୍ରକୃତି ରାଣୀ ହସୁଛି।

ଅଗଣାର ଦୁଆର ବନ୍ଧରେ,

ଚାହିଁ ରହିଛି ଅପଲକ ନୟନରେ,

ଅତୀତ ଆଉ ଭବିଷ୍ୟତର,

ଭାବନାରେ ସ୍ଥାଣୁଟିଏ ହୋଇ।

ତାର ବର୍ଷା ଛିଟା ,

ନେଇଯାଉଛି କିଛି ପୁରୁଣା ମିଠା,

ସ୍ମୃତିକୁ ଆଉ ମଧ୍ୟ,

ଚେତେଇ ଦେଉଛି ଅତୀତର ଭୁଲକୁ

ଆର ଜନ୍ମରେ ନ କରିବାକୁ।

ଏହି ବର୍ଷା ସହିତ,

ମୋର ସମ୍ପର୍କ ଆଜି ନୁହେଁ।

ଜନ୍ମ ଜନ୍ମାନ୍ତରୁ,

ଏନ୍ତୁଡ଼ି ଶାଳରୁ।

ପ୍ରକାଶ ସାହୂ


Rate this content
Log in