STORYMIRROR

pratap nayak

Others

3  

pratap nayak

Others

ବର୍ଷା ଆସେ

ବର୍ଷା ଆସେ

1 min
14.3K


ବର୍ଷା ଆସେ ପିମ୍ପୁଡି ମନ୍ଦା ମେଳିରେ

ପୁଣି ଝଡି ପୋକ ପିଠିରେ

ନାଗନାଗୁଣି ଖେଳରେ

ଆଉ ତମ ନାଲି ଓଠରେ

ବର୍ଷା ଆସେ ନାଲି ଗୁରୁଗୁରୁ

ସାଧବ ବୋହୂ ଚାଲିରେ

ପୋଖରୀ କୂଳେ

ବ୍ରାହ୍ମଣୀ ବେଙ୍ଗ ମେଳରେ

ପ୍ରୀୟାର ପଣତ କାନିରେ

ବର୍ଷା ଆସେ

କାକୁଡି ଜହ୍ନି ରଂଜାରେ

ଜାମୁ କୋଳି ରଂଗରେ

ବାଦଲ ଘେରା

ତାଳ ତମାଳ ହୁଡାରେ

ତୁମ ଲାଜେଇ ଆଖି କୋଣରେ

ବର୍ଷା ଆସେ

ମହୁଲି ନିଶାରେ

ଶାଳ ବଣ ଛାଇରେ

ଅଂକା ବଂକା

ସୁନେଲି ପାହାଡ ମଝିରେ

ତୁମ ରକ୍ତ ଗୋଲାପ ଗାଲରେ

ବର୍ଷା ଆସେ

ପ୍ରୀୟାର ବିରହ ଜ୍ୱାଳାରେ

ଦେହର ଝାଳ ସଂଧିରେ

ମଥାର ତାପ ବୃଦ୍ଧିରେ

ମୁଁ ଅଛି ପରା ପରଦେଶରେ….


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍