Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmay Behera

Others Children

3  

Chinmay Behera

Others Children

ବରଷା ଆସେ

ବରଷା ଆସେ

1 min
235


ବରଷା ଆସେ ଲୋ ବରଷା ଆସେ

         ଗିରିଷମ ଶେଷେ ଆଷାଢ଼ ମାସେ

ଘୋଟଇ ବାଦଲ ଆକାଶ ଦେଶେ

          ଟପ ଟପ ଟପ ଜଳ ବରଷେ ।


ଘଡଘଡି ନାଦେ କମ୍ପଇ ମହୀ

          ଚକ ଚକ ମାରି ବିଜୁଳି ହସେ

ସପତ ରଙ୍ଗର ଇନ୍ଦରଧନୁ

          ରୂପକୁ ସଜେଇ ସୁନ୍ଦର ଦିଶେ ।


ସାରୁଗଛ ମୂଳେ ବେଙ୍ଗୁଲି ରାଣୀ

          କଟର କଟର ଶବଦ ଘୋଷେ

ନାଲି ଗୁଲୁ ଗୁଲୁ ସାଧବ ବୋହୂ

          ଧୀରେ ଧୀରେ ଚାଲେ ସବୁଜ ଘାସେ ।


ଭାଙ୍ଗେ ଘରଦ୍ୱାର,ଗଛ ପତର

           କେତେ ବିଲବାଡ଼ି ଝଡ଼ ବତାସେ

କାଦୁଅରେ ପୁରି ଦାଣ୍ଡ ଗୋହିରୀ

           ଚଲାଚଲି ବାଟେ ଗୋଡଟି ଖସେ ।


ନାନା ଜାତି ପକ୍ଷୀ ଦଳକୁ ଦଳ

           ଉଡ଼ି ବୁଲୁଥାନ୍ତି ମନ ହରଷେ

ଚାଷୀ ଭାଇ ମନ ଆନନ୍ଦେ ନାଚେ

           ଲଙ୍ଗଳ ମୁନରେ ବିଲକୁ ଚଷେ ।


ଚମ୍ପା,କନିଅର,ଗେଣ୍ଡୁ,ଟଗର

           ସୂର୍ଯ୍ୟମୁଖୀ,ମଲ୍ଲୀ ଫୁଲ ସୁବାସେ

ଉଡ଼ିବୁଲେ ନିତି ପରାଜାପତି

          ଅତି ସରାଗରେ ମଧୁକୁ ଶୋଷେ ।


ଜଗତର ନାଥ ଶ୍ରୀ ଜଗନ୍ନାଥ

          ରଥରେ ପତିତପାବନ ବେଶେ

ଭାଇ ଭଉଣୀର ସାଥିରେ ବସି

          ବାନ୍ଧି ପକାଇବେ ସେନେହ ପାଶେ ।



Rate this content
Log in