ବର୍ଷା ଆଜି ମାଟିର ପ୍ରେମିକା
ବର୍ଷା ଆଜି ମାଟିର ପ୍ରେମିକା
ବର୍ଷା ଆଜି ନୂଆକରି ଲେଖୁଛି
ମାଟି ପାଇଁ ନୂଆ ପ୍ରେମ କବିତା
ଠୋପା ଠୋପା ବର୍ଷା ବିନ୍ଦୁରେ
ଭରିଛି କେତେଯେ ସେ ଆତ୍ମୀୟତା ।
ଧରା ଆଜି ହସୁଛି ଖୁସିରେ
ଆଲିଙ୍ଗନ କରି ବର୍ଷା ରାଣୀକୁ
ଢେର୍ ଦିନର ପ୍ରତୀକ୍ଷା ହୋଇଛି ଅନ୍ତ
ପ୍ରେମର ରାଗରେ ଭିଯାଇଛି ବର୍ଷା ମାଟିର ବୁକୁକୁ ।
ଭିଜା ଭିଜା ସେ ମାଟିର ସେ ଅପୃବ ବାସ୍ନା
ସମ ଅଟେ ସୂ ଶୀତଳ ରାତିଭରା ଯୋତ୍ସ୍ନା
ପୁରା କରିଦେଲା ଅତୃପ୍ତ ଆତ୍ମାର ସବୁ ତୃଷ୍ଣା
କି ନିଆରା ପଣଥାଏ ଭୁରୁଭୁରୁ ମାଟିର ସେ ପ୍ରଥମ ବାସ୍ନା ।
କାକ ଚାହିଁ ଥିଲା ପିକ ଚାହିଁ ଥିଲା
ଚାହୁଁଥିଲେ ସବୁ ତରୁବର ଗଣ
ବର୍ଷା ଆସିବ ଏବେ ବର୍ଷା ଆସିବ
ହସିବେ ପାହାଡ ଝରଣା ଆଉ ବଣ ।
ନିଦାଘ ଖରାରେ ଜର୍ଜରିତ ଦେହ
ଖୋଜୁଥିଲା କାହା ନରମ ପରଶ
ବିଜୁଳି ଆଲୋକେ ଘଡ ଘଡି ଶଦ୍ଦେ
ଛମ୍ ଛମ ନାଚି ଭାରିଲା ସେ ଆସି ମନ ଶୋଷ ।
କବିତାରେ ଲେଖା କେତେ ଯେ ଘଟଣା
ବନ୍ୟା ବାତ୍ୟା ଆଉ ବିଭୀଷିକା
ହେଲେ ସେ ବର୍ଷା ସବୁରି ପ୍ରିୟ
ଚାହିଁ ଥାଏ ଧରା ସଦା କରିବାକୁ ତାକୁ ନାୟିକା ।
ଟୁପୁର ଟାପର ମେଘ ବରଷିଲା
ନଈ ଗାଡିଆ ରେ ଭରେ ପାଣି
ମନ ଆନନ୍ଦରେ ସାରୁ ବୁଦାମୁଳେ
କେଁ କଟରରେ ନାଚେ ବେଙ୍ଗୁଲି ରାଣୀ ।
ବର୍ଷା ଆଜି ହୋଇଛି ବନ୍ଦୀ
ମତୁଆଲା କଦମ୍ବ ଗନ୍ଧରେ
ପାଦରେ ନାଇଛି ରକ୍ତିମ ଅଳତା
ରସିକ କୃଷ୍ଣଚୂଡ଼ାର ବାହୁବନ୍ଧନୀରେ ।
