ବର୍ଣ୍ଣମୟ
ବର୍ଣ୍ଣମୟ
1 min
203
ଅର୍ଥହୀନ ବର୍ଣ୍ଣ ମାନ ହୋଇଗଲେ ସଂଯୋଜନ
ବର୍ଣ୍ଣମୟ କବିତାଟେ ଗଢନ୍ତି ମିଶି
ଆକାଶର ଇନ୍ଦ୍ର ଧନୁ ଅବା ମେଘର ମହ୍ଲାର
ତାରା ଭରା ଜହ୍ନରାତି ଆଙ୍କନ୍ତି ବସି
ପାଠକର ମନକୁ ମୋହି
ଦିଏ ଆନନ୍ଦ ଅପାର କବିତା ସେହି ||
ବର୍ଣ୍ଣମୟ ଖଳ ଜନ ହୋଇଯାଏ ବର୍ଣ୍ଣ ହୀନ
ଚିହ୍ନା ମୁହଁ ସବୁ ହୋଇଯାଏ ଅଚିହ୍ନା
ଜୀବନର ଚଲାପଥେ ଘଟଇ ଘଟଣା କେତେ
ବର୍ଣ୍ଣମୟ ବର୍ଣ୍ଣହୀନ ହୁଏ ଅଚିହ୍ନା
ଜୀବନର ନିରାଟ ସତ୍ୟ
ଅଶେଷ ଯାତନା ଦିଏ ତାହା ଅକଥ୍ୟ ||
