ବର୍ଣ୍ଣ
ବର୍ଣ୍ଣ
1 min
304
କନ୍ୟା ସନ୍ତାନଟେ ଜନ୍ମ ହୋଇଗଲେ
ମୁହଁ ପଡିଯାଏ ଖଟା
ଆଉ ଯଦି ସିଏ କଳା ହୋଇଥିବ
ସରିଗଲା ତେବେ କଥା ।।
କଳା ଝିଅ ପାଇଁ ବରଟେ ମିଳିବା
ଅଟେ ବଡ କଷ୍ଟ ସାଧ୍ୟ
ଯଦି ମିଳିଗଲା ଯଉତୁକ ପାଇଁ
ତିନି ଗୁଣା ଦେବା ବାଧ୍ୟ ।।
ଗୋରା ବର୍ଣ୍ଣକୁ ହିଁ ପିଲାବେଳୁ ଆମେ
ବୁଝିଥାଉ ସୈାନ୍ଦର୍ଯ୍ୟତା
ଆଜିବି ଜୀବିତ ଆମରି ମନରେ
ଏଭଳି ମାନସିକତା !!
ଚମଡା ରଙ୍ଗରୁ ନିର୍ଣ୍ଣୟ କରନି
ସୌନ୍ଦର୍ଯ୍ୟତାର ସଂଜ୍ଞା
ଅସଲ ସୌନ୍ଦର୍ଯ୍ୟ ଲୁଚି ରହିଥାଏ
ମନ ହୃଦୟରେ ଆଜ୍ଞା ।।
