STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Others

3  

ନାୟକ ଅକ୍ଷୟ ରାଜହସ୍ତୀ

Others

ବର୍ଣ୍ଣ ବିନ୍ଧାଣୀ

ବର୍ଣ୍ଣ ବିନ୍ଧାଣୀ

1 min
142

ଗାଆଁ ଚାଟଶାଳୀରେ ଅବଧାନଙ୍କ ଛାଟ ଓ

ମାଆର ମିଛ ନାଲି ଆଖିର ଲୁଚକାଳୀ ଖେଳ

ଭିତରକୁ ନଦୀକୂଳିଆ ଧୀର ପବନ ଛାଡି ବିଚରା

ଦନେଇଟି ଅରଣା ମଇଁଷି ପାଖକୁ

ଯିବା ପାଇଁ ଇଚ୍ଛା କରେ

ପୁଣି ବେଳେବେଳେ ଘର ପଛ ବର ଗଛ ମୂଳରେ ଟିକିଏ ବିଶ୍ରାମ ନେଇ କହେ ହେ ଭାରତ ବାସୀ ହୁଅ ସାହାସୀ...

ଏଇ ପରି କଥା ଗାଥା ଶୁଣି ବାକୁ ଭାରି ଇଚ୍ଛା ହୁଏ

ପିଇ ବାକୁ ସେଇ ମଧୁ ପୀୟୂଷ

ବର୍ଣ୍ଣ ବିନ୍ୟାସ, ପ୍ରକୃତିର ରସ ରାସ,

ସ୍ଵତନ୍ତ୍ର ରାଜ୍ୟ ଗଠନର ସତ୍ୟ ଭାଷ...

କିନ୍ତୁ ହାୟ...

ଏବେ ବି ଅବୁଝା ଅରଣା ମଇଁଷିର ଚରିତ୍ର...

ପାଶ୍ଚାତ୍ୟ ଶିକ୍ଷା ସଂସ୍କୃତି ନୁହେଁ ତ....

ନା ଆଉ ଡେରି କରି ଲାଭ ନାହିଁ

ଆତ୍ମନ୍ ନିଦ୍ରା ପରିହାର କରି

ଦନେଇ ଟିଏ ହେବି ବୁଝିବାକୁ ସୁପ୍ତ ମର୍ମ ବାଣୀ

ବୁଝେଇ ଦିଅ ଥରେ ହେ ବର୍ଣ୍ଣ ବିନ୍ଧାଣୀ...


Rate this content
Log in