STORYMIRROR

Hrushikesh Satpathy

Others

3  

Hrushikesh Satpathy

Others

ବର୍ଣ୍ଣ ବୈଭବ

ବର୍ଣ୍ଣ ବୈଭବ

1 min
14.2K


ସତ ମୁଁ କହୁଛି ଦୁନିଆଁଟା ସାରା

ସୁନ୍ଦର ସପନେ

ହସି ଚାଲିଛି।


ବୁଝେନା ,କାହିଁକି ମଣିଷ ବ୍ୟକ୍ତିତ୍ବ

ମଲା ପରେ ଯାଇ

ଦେଖା ଯାଉଛି।


ବଞ୍ଚିଥିବା ବେଳେ ଚାରିଆଡେ ଖାଲି

ନିନ୍ଦା ନଜରରେ

ଦୁନିଆଁ ଦେଖେ।


ସୁକର୍ମ ସବୁର ହିସାବ ଖାତାଟି

ପ୍ରଚ୍ଛଦ ପଟରେ

ଲୁଚେଇ ରଖେ ।


ମରିଗଲା ପରେ ଦୁନିଆଁ ନଜରେ

ଦେଖାଯାଏ ତା'ର

ପୂଣ୍ୟ,ସୁଗୁଣ।


ମରଣୋତ୍ତରର ପୁରସ୍କାର ଦେଇ

ଅନିଚ୍ଛାରେ ଗୁଣ

କରେ ବଖାଣ।


ସେଇଥି ପାଇଁ ତ ଯମ ଦୁଆରଟି

ବେଳେବେଳେ ମୋତେ

ଲାଗଇ ଲୋଭ।


ନୋହିଲେ କାହୁଁ ସେ ଦୁଆରେ ମିଳିବ

ସୁନା ସଂସାରର

ବର୍ଣ୍ଣ ବୈଭବ !


Rate this content
Log in