ବୃକ୍ଷରୋପଣ
ବୃକ୍ଷରୋପଣ
1 min
112
ବଢ଼ି ବଢ଼ି ଚାଲେ ତାପମାତ୍ରା ନିତି
ପୃଥିବୀକୁ ଆସେ ଜ୍ଵର
ନିଷ୍ଟୁର ମାନବ ବୁଝିପାରେ ନାହିଁ
ଧରିତ୍ରୀ ମାତା ଚିତ୍କାର ।
ଅନଳ ପରାୟ ସମୀର ଆସୁଛି
ହେଲେ ବେଳ ଦୁଇ ଘଡ଼ି
ମଉସୁମି ଆଉ ବୋଲ ମାନୁନାହିଁ
ଯାଇଛି ସେ ବାଟ ହୁଡି ।
ସଭିଙ୍କୁ କରୁଛି ନିବେଦନ ଖାଲି
ଆସ ଏକତ୍ରିତ ହେବା
ସବୁଜ ପୃଥିବୀ ଗଢ଼ିବା ନିମନ୍ତେ
ବୃକ୍ଷ ରୋପଣ କରିବା ।
ହଟିବ ମରୁଡି ଅଦିନର ଝଡି
ରହିବନି ଆଉ ଚିନ୍ତା
ପଶୁପକ୍ଷୀ ସର୍ବେ ଶାନ୍ତିରେ ରହିବେ
ଏକଥା ନିଶ୍ଚେ ଜାଣିଥା ।
ଘରେ ଥିଲେ ପୁତ୍ର ଦେଇପାରେ ଧୋକା
ବୃକ୍ଷ ନୁହେଁ ସେଇ ପରି
କୋଟି ପୁଣ୍ୟ ମିଳେ ବୃକ୍ଷ ରୋପଣରେ
ସନ୍ତୁଷ୍ଟ ହୁଅନ୍ତି ହରି ।
