STORYMIRROR

Mamata kumari Behura

Others

3  

Mamata kumari Behura

Others

ବୃକ୍ଷରୋପଣ

ବୃକ୍ଷରୋପଣ

1 min
146


ଆସ ଆସ ସଭିଏଁ ଆସ

ଗଛ ଲଗାଇବା ସର୍ବେ ଆସ

ସାରା ଦୁନିଆର ଉପକାର କରେ

ଗଛ ପରା ଅଟେ ଆମ ମିତ। 


ଦିଏ ଫୁଲ ଆଉ ଫଳ ଦିଏ

ପ୍ରାଣୀଙ୍କୁ ଖାଦ୍ୟ ଯୋଗାଇ ଥାଏ

ବାଟୋଇ ଭାଇଟି ବାଟେ ଯାଉଥିଲେ

ଛାଇରେ ବିଶ୍ରାମ ନେଇଥାଏ। 


ମନୋରମ ଅଟେ ଦ୍ରୁଶ୍ୟ ତାର

ଚିର ସବୁଜ ଆଉ ସୁନ୍ଦର

ବିଭିନ୍ନ ରଙ୍ଗର ଫୁଲରେ ସଜେଇ

କରେ ଧରାକୁ ସେ ମନୋହର। 


ପକ୍ଷୀ ମାନଙ୍କର ବାସସ୍ଥଳୀ

ବାଲ୍ୟ କାଳେ ପିଲା ଖେଳେ ଦୋଳି

ଔଷଧ ଯୋଗାଇ ସାରା ଜଗତରୁ

ରୋଗ ବ୍ୟାଧି ଦିଏ ଦୂର କରି। 


ଯୋଗାଇ ଥାଏ ସେ ଅମ୍ଳଜାନ

ରକ୍ଷା କରିଥାଏ ପ୍ରାଣୀ ପ୍ରାଣ

ପରିବେଶକୁତ ସ୍ୱଚ୍ଛ ରଖିବାରେ

ଅତୁଳନୀୟ ତା ଅବଦାନ। 


କର ମୃତ୍ତିକାର ସଂରକ୍ଷଣ 

ଗଛ ଯୋଗୁ ବର୍ଷା ହୁଏ ଜାଣ

ସବୁଜିମା ଭରା ପ୍ରୁଥିବୀ ଦିଶଇ

ତୋଷି ଥାଏ ପ୍ରାଣୀ ଜନ ମନ। 


ତାର ଗୁଣ ସବୁ ଆମେ ଜାଣୁ

ତଥାପି କାହିଁକି ତାକୁ ହାଣୁ? 

ହାଣ ନାହିଁ ତାକୁ ମାର ନାହିଁ ତାକୁ

ଭୁଲ୍ କର ନାହିଁ ଜାଣୁ ଜାଣୁ। 


ମହତ କାମ ବୃକ୍ଷରୋପଣ

ଏଥି ପାଇଁ ସର୍ବେ କର ପଣ

ଗଛ ଲଗାଇଲେ ଦୁନିଆ ହସିବ

ହେବା ନାହିଁ ଆମେ ହଇରାଣ। 


ପରିବେଶ ଆମ ହେବ ସ୍ୱଛ

ହସିବ ଆମରି ପରିବେଶ

ଗଛ ଲଗାଇବା ଯତନ କରିବା

ଜୀବନଟା ହୋଇବ ମହତ।

     

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍