STORYMIRROR

#all in one adii

Others

4  

#all in one adii

Others

ବୃକ୍ଷ

ବୃକ୍ଷ

1 min
216

ଏମିତି କେ ଅଛି ଦୁନିଆ ବୁକୁରେ

ତରୁକୁ ସେ ଜାଣେ ନାହିଁ

ଯାହାରି କରୁଣା ଉପକାରେ ବନ୍ଧା

କି ମଣିଷ କି ପଶୁ ହୋଇ


ବୃକ୍ଷର ଦାନଟି ପ୍ରାଣବାୟୁ ନର

ଶରୀରେ ପ୍ରାଣ ସଂଚରେ

ତା'ର ଫଳଫୁଲ କାଣ୍ଡ ମୂଳ ନେଇ

ବଂଚେ ନର ଜଗତରେ


ଘର ତିଆରିକୁ ଯୋଗାଉଛି କାଠ

ଖାଦ୍ୟ ପାଇଁ ଫୁଲ ଫଳ

ଅଉଷଧ ପାଇଁ ସମର୍ପି ଦେଇଛି

ବୃକ୍ଷ ସେ ସବୁରି ମୂଳ


ବାଟୋଇ ଖରାରେ ତପୁ ଥିଲେ ତାକୁ

ଯାଚି ଦିଏ ଶୀତ ଛାଇ

ତାହା ପତ୍ର ପୁଷ୍ପ ଆହାର ରୂପରେ

ଖାଆନ୍ତି ଯେ ଗୋରୁ ଗାଈ


ନିଃସ୍ୱାର୍ଥପଣରେ ଅଜାଡୁଛି ସବୁ

ଜଗତର ସୁଖ ପାଇଁ

ବୁଦ୍ଧିହୀନ ନର ପାଦପ ଦାନକୁ

କାହିଁ ପାଇଁ ବୁଝୁ ନାହିଁ???


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from #all in one adii

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୃତ୍ୟୁ

ମୃତ୍ୟୁ

2 mins ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ