STORYMIRROR

#all in one adii

Others

4  

#all in one adii

Others

ବୃକ୍ଷ

ବୃକ୍ଷ

1 min
212

ଏମିତି କେ ଅଛି ଦୁନିଆ ବୁକୁରେ

ତରୁକୁ ସେ ଜାଣେ ନାହିଁ

ଯାହାରି କରୁଣା ଉପକାରେ ବନ୍ଧା

କି ମଣିଷ କି ପଶୁ ହୋଇ


ବୃକ୍ଷର ଦାନଟି ପ୍ରାଣବାୟୁ ନର

ଶରୀରେ ପ୍ରାଣ ସଂଚରେ

ତା'ର ଫଳଫୁଲ କାଣ୍ଡ ମୂଳ ନେଇ

ବଂଚେ ନର ଜଗତରେ


ଘର ତିଆରିକୁ ଯୋଗାଉଛି କାଠ

ଖାଦ୍ୟ ପାଇଁ ଫୁଲ ଫଳ

ଅଉଷଧ ପାଇଁ ସମର୍ପି ଦେଇଛି

ବୃକ୍ଷ ସେ ସବୁରି ମୂଳ


ବାଟୋଇ ଖରାରେ ତପୁ ଥିଲେ ତାକୁ

ଯାଚି ଦିଏ ଶୀତ ଛାଇ

ତାହା ପତ୍ର ପୁଷ୍ପ ଆହାର ରୂପରେ

ଖାଆନ୍ତି ଯେ ଗୋରୁ ଗାଈ


ନିଃସ୍ୱାର୍ଥପଣରେ ଅଜାଡୁଛି ସବୁ

ଜଗତର ସୁଖ ପାଇଁ

ବୁଦ୍ଧିହୀନ ନର ପାଦପ ଦାନକୁ

କାହିଁ ପାଇଁ ବୁଝୁ ନାହିଁ???


Rate this content
Log in