STORYMIRROR

Arendra Kumar

Others

3  

Arendra Kumar

Others

ବୃକ୍ଷ ରୋପଣ

ବୃକ୍ଷ ରୋପଣ

1 min
150

ଧ୍ୱଂସ ଅଭିମୁଖେ ମିଛ ପ୍ରଗତି

କଳ କାରଖାନା ହୁଏ ଯେଉଁଠି

ଜଙ୍ଗଲକୁ କରି ନଷ୍ଟ

ଟଙ୍କାକୁ ଭାବିଣ ଶ୍ରେଷ୍ଠ ସମ୍ପତି

ଚିରିଚାଲେ ନର ପ୍ରକୃତି ଛାତି

ଶିଳ୍ପପତି ବୋଲେ ଇଷ୍ଟ ।


ଏ ମଣିଷ ଜାତି କିଛି ବୁଝେନା

ନିଜ ସାଥେ ନିଜେ କରି ଛଳନା

ପିଇଯାଏ ମିଠା ବିଷ

ଶେଷରେ ଭୋଗିବ ଦୁଃଖ ଯାତନା

ସମୟ ଆସିବ ପ୍ରକୃତି ବିନା

ପୃଥୀବିଟା ହେବ ଧ୍ୱଂସ ।


ଏବେଠାରୁ ଭାଇ ସଜାଗ ହେବା

ପ୍ରକୃତି ପାଇଁକି ସମୟ ଦେବା

କରିବା ବୃକ୍ଷ ରୋପଣ

ଏହି କଥାଟିକୁ ଭୁଲି ନଯିବା

ସ୍ୱଚ୍ଛ ପରିବେଶ ଆମେ ଗଢ଼ିବା

ନକରିବା ହେୟ ଜ୍ଞାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍