STORYMIRROR

Arendra Kumar

Others

3  

Arendra Kumar

Others

ବୃକ୍ଷ ରୋପଣ

ବୃକ୍ଷ ରୋପଣ

1 min
149

ଧ୍ୱଂସ ଅଭିମୁଖେ ମିଛ ପ୍ରଗତି

କଳ କାରଖାନା ହୁଏ ଯେଉଁଠି

ଜଙ୍ଗଲକୁ କରି ନଷ୍ଟ

ଟଙ୍କାକୁ ଭାବିଣ ଶ୍ରେଷ୍ଠ ସମ୍ପତି

ଚିରିଚାଲେ ନର ପ୍ରକୃତି ଛାତି

ଶିଳ୍ପପତି ବୋଲେ ଇଷ୍ଟ


ଏ ମଣିଷ ଜାତି କିଛି ବୁଝେନା

ନିଜ ସାଥେ ନିଜେ କରି ଛଳନା

ପିଇଯାଏ ମିଠା ବିଷ

ଶେଷରେ ଭୋଗିବ ଦୁଃଖ ଯାତନା

ସମୟ ଆସିବ ପ୍ରକୃତି ବିନା

ପୃଥୀବିଟା ହେବ ଧ୍ୱଂସ


ଏବେଠାରୁ ଭାଇ ସଜାଗ ହେବା

ପ୍ରକୃତି ପାଇଁକି ସମୟ ଦେବା

କରିବା ବୃକ୍ଷ ରୋପଣ

ଏହି କଥାଟିକୁ ଭୁଲି ନଯିବା

ସ୍ୱଚ୍ଛ ପରିବେଶ ଆମେ ଗଢ଼ିବା

ନକରିବା ହେୟ ଜ୍ଞାନ


Rate this content
Log in