STORYMIRROR

Kanaka barddhan Sahu

Others

4.4  

Kanaka barddhan Sahu

Others

ବ୍ରଜରାଜ ନାମ ବଜ୍ର କରିଦେଲ

ବ୍ରଜରାଜ ନାମ ବଜ୍ର କରିଦେଲ

1 min
14.9K


କନକ ବର୍ଦ୍ଧନ ସାହୁ


ବାରମାସ ମଧ୍ୟେ ବଡ଼ ଶୀତ ମାଘେ

ବସନ୍ତ ପଞ୍ଚମୀ ଦିନ,

ବୀଣାପାଣିଙ୍କର ବୀଣା ନାଦ ସାଥେ

ବ୍ରଜରାଜଙ୍କର ଜନ୍ମ ।। ୧।

ବିଶାଳ ପ୍ରାସାଦେ ବଢ଼ାଇଲେ ଶୋଭା

ବାଳ ମୁରତି କୁ ନେଇ,

ବଢ଼େ ଶୁକ୍ଳ ଚାନ୍ଦ ବିନାଶି ଅନ୍ଧାର

ବିଦୀର୍ଣ୍ଣ ହୃଦ ତା ଦେଖି ।।୨।

ବିଶ୍ୱ ନିୟନ୍ତାଙ୍କ ବିଧାନ ରୀତିରେ

ବିଜୟ କରିଲ ଆପେ,

ବିକାଶୀଳ ନିଜ ବିଭୂଦତ୍ତ କଳା

ବିଦିତ ହେଲା ଜଗତେ ।।୩।

ବିକାଶର ତୁମେ ବିଶାଳ ମୂର୍ତ୍ତିଟି

ବିକିରିତ ତୁମ୍ଭ ଆଭା,

ବୈଦ୍ୟରାଜ ହୋଇ ବିପତ୍ତି ନଶିଲ

ବତ୍ସାଯୁକ୍ତା ମୁଖ ଶୋଭା ।।୪।

ବାରାନିଧି ପରି ବିସ୍ତାର ହୃଦୟ

ବାନ୍ଧବ ଦୁଃଖୀ ଜନର,

ବଇରୀଙ୍କ ପାଇଁ ବିକଟାଳ ରୂପ

ବଳେକେ ସରି ତୁମ୍ଭର ।।୫।

ବିଦ୍ୟାଦେବୀଙ୍କର ବିପୁଳ ଦୟାରେ

ବିଦ୍ୟାବିଶାରଦ ହୋଇ,

ବିଦଗ୍ଧ ମାନଙ୍କ ବୁଦ୍ଧି ଜଗତରେ

ବିସ୍ମୟ କୁ ଦେଲ ସୃଜି ।।୬।

ବ୍ରଜବଧୂ ଙ୍କର ବିଳାସ ଲେଖିଲ

ବାଇଶ ଛାନ୍ଦେ ଆବଦ୍ଧି,

ବ' ନିୟମରେ ବଢ଼ାଇଲ ଯଶ

ବ୍ରଜବିହାରୀଙ୍କୁ ଧ୍ୟାୟୀ ।।୭।

ବଳାହକ, ମାନ- ଭଙ୍ଗ ଚଉତିଶା

ବିଶେଷେ ରୂପମଞ୍ଜରୀ,

ବନ୍ଧକାବ୍ୟ ସାଥେ ବ୍ରତ ନାରାୟଣ

ବିସ୍ତୃତ ଶୋଭାବଲ୍ଲରୀ ।।୮।

ବେଦଶାସ୍ତ୍ର ସାଥେ ବ୍ରହ୍ମରୂପ ତତ୍ତ୍ୱ

ବାଣୀ ଆପେ ଜାଣିଥିଲ,

ବୀର ହୋଇ ତେଣୁ ବ୍ରହ୍ମମୟ ଜୀବ

ବିକାଶରେ ମନଦେଲ ।।୯।

ବ୍ରଜରାଜ ନାମ ବଜ୍ର କରିଦେଲ

ବସୁଧାରେ ଚିରକାଳ,

ବିଷ ବିପରୀତ ବାଣୀ ଦେଲ ଛିଞ୍ଚି

ବୋଲି,ତୁମ୍ଭେ ସିନା ଖ୍ୟାତ ।।୧୦।


ସମାପ୍ତ


Rate this content
Log in