ବ୍ରଜ ଚନ୍ଦ୍ରମା
ବ୍ରଜ ଚନ୍ଦ୍ରମା
• ବ୍ରଜ ଚନ୍ଦ୍ରମା
• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
• ---------- --------------------- ----------
• ବସୁଦେବ ସୁତ ଦେବ ସ୍ଵୟଂ ବାସୁଦେବ
• ଯଶୋଦା,ନନ୍ଦ ନନ୍ଦନ ଶ୍ରୀରାଧା ମାଧବ ।।
•
• ମଥୁରା ପତି ଶ୍ରୀପତି ଶଂଖ ଚକ୍ର ଧର
• ବ୍ରଜ ବସନ୍ତ ସୁନ୍ଦର ଶୋହେ ବେଣୁ କର ।।
•
• ଚାଣୁର,ମୁଷ୍ଟିକ,କଂସ,କୁବଳୟା ଅରୀ
• କାଳୀ ଦଳା ଗୋପବାଳା ମେଳେ ବଂଶୀଧାରୀ ।।
•
• ମଥୁରା ରେ ଧନୁ ଭାଙ୍ଗି ଦେଲାବେଳେ ପୃଥ୍ବୀ
• ହେଲା ଥରହର କଂପି ଉଠିଲା ଜଳଧି ।।
•
• ଗୋପେ ଇନ୍ଦ୍ର କୋପେ ବଜ୍ରେ ପଥର ବର୍ଷଣ
• ରକ୍ଷା ଅର୍ଥେ ବାମକରେ ଗିରି ଗୋବର୍ଦ୍ଧନ ।।
•
• ଗୋପେ ଗୋପବାଳୀ ମେଳେ ମଦନ ଗୋପାଳ
• ରାସ ରଙ୍ଗେ କୁଟୀ, କୁଞ୍ଜେ ପ୍ରେମରେ ବିଭୋର ।।
•
• ମଥୁରା ନଗରୀ ବାଳୀ କୁବୁଜା ସୁନ୍ଦରୀ
• ବଶ କରି ମୋହିନେଲା ମନକୁ ତୁମରି ।।
•
• ମଧୁପୁର ସୂର୍ଯ୍ୟ ମହାକାଳ ମହାବାହୁ
• ବ୍ରଜଚନ୍ଦ୍ର ପଦେ ପ୍ରଫୁଲ୍ଲ ଚିତ୍ତ ସଦା ରହୁ ।।
+++ +++ +++
