STORYMIRROR

Ram Prasad Bisoi

Others

2  

Ram Prasad Bisoi

Others

ବ୍ରହ୍ମମୟ ! ପ୍ରେମମୟ ! ଜୀବନ । (ସନେଟ )

ବ୍ରହ୍ମମୟ ! ପ୍ରେମମୟ ! ଜୀବନ । (ସନେଟ )

1 min
13.3K


ବ୍ରହ୍ମମୟ ! ପ୍ରେମମୟ ! ଜୀବନ ।

(ସନେଟ )

ପ୍ରେମ; ମାନସ କଳ୍ପ ! ଦୁଇଟି ହୃଦୟର ମାନସିକ ସମ୍ପର୍କର ସେତୁ ! ହେତୁ ! ଅଭିଧାନ ପରିଭାଷା ଅଢ଼େଇ ଅକ୍ଷର-ପ୍ରେମ ! (୧)

ବାଛଲ୍ୟତା; ଶିଶୁଟି ପ୍ରତି ମାଆର ସମ୍ପର୍କ ମମତା , ନୁହେଁ କେବେଳ ରକ୍ତ, ମାଂସ ,ବୀଜ,ଯୋନିର, ସୃଷ୍ଠି ସର୍ଜନାର ଶ୍ରେଷ୍ଟ ଅନାବିଳ ଚିର ସ୍ରୋତିନି ନିଃସର୍ତ୍ତ ପ୍ରେମ । (୨)

ବନ୍ଧୁତା ; ପ୍ରଭାହମାନ ଦୁଇଟି ମନ ଜଣେ ଆର ଜଣକ ସହ ବାଣ୍ଟି ପାରୁଥିବା ସବୁ କିଛି ଯାହାପାଖରେ ଯାହା ଅଛି ବାନ୍ଧବ୍ୟ ପ୍ରେମ । (୩)

କାମନା;

ବସ୍ତୁଭିତ୍ତିକ ଦୈହିକ ଇଛା ଗୁଡିକର ସମାହାର ଲକ୍ଷ୍ୟରେ ରୂପାନ୍ତରିତହୋଇ କର୍ମ ପ୍ରେରିତ ହୁଏ କର୍ମମୟ ପ୍ରେମ । (୪)

ଭକ୍ତି; ସମର୍ପଣ ଭାବ କର୍ମ, କର୍ମ ସହ ଭକ୍ତି ଜଡ଼ିତ ହୋଇ ମୋକ୍ଷ ଅନୁପ୍ରାଣିତ ପଥ ସର୍ବମ ବ୍ରହ୍ମମୟ ସତ୍ୟମୟ ପ୍ରେମ, (୫)

ପ୍ରେମ ଈଶ୍ୱର ,ପ୍ରେମ ଜୀବନ ଜୀବନ ଆରମ୍ବ ପ୍ରେମ, ଜୀବନ ଲକ୍ଷ୍ୟ ,ପ୍ରେମ ଅନ୍ୱେଷଣ ଜୀବନର ପୂର୍ଣତା ପ୍ରେମମୟ କର୍ମ ଜୀବନର ଦିବ୍ୟଅନୁଭୂତି ଦିବ୍ୟପ୍ରେମ ତଥା ବ୍ରହ୍ମମୟ ପ୍ରେମମୟ ଜୀବନ ।(୬)

ରାମ ପ୍ରସାଦ ବିଶୋଇ, ରଜ ସଂକ୍ରାନ୍ତି, ଆମଖଟି ସ୍ଵନକ୍ଷତ୍ର ଦିବସ, ତା-୧୪-୦୬-୧୬ ରାମଗୁଣ୍ଡାହଲ୍ଲୀ ବାଙ୍ଗାଲୋର ।


Rate this content
Log in