STORYMIRROR

Narayan chandra Senapati

Others

3  

Narayan chandra Senapati

Others

ବ୍ରହ୍ମାନନ୍ଦିନୀ

ବ୍ରହ୍ମାନନ୍ଦିନୀ

1 min
239


ସୁନା,ରୂପା,ହୀରା,ମୋତି, ମାଣିକଠୁ

ବିଦ୍ୟାଧନ ଅଟେ ଶ୍ରେଷ୍ଠ

ସେ ଧନ ଅରଜି ହୃଦୟେ ସଞ୍ଚିଲେ

ମାନବେ ହେବା ଉତ୍କୃଷ୍ଟ।

ଶିଶୁଠାରୁ ଯୁବା ଅବା ପ୍ରୌଢଯାଏ

ସରବେ ଲୋଡନ୍ତି ବିଦ୍ୟା

ଭକତି ପ୍ରେମରେ ଡାକନ୍ତି ସଧିରେ

ଆସ ମା ଜ୍ଞାନର ଆଦ୍ୟା।

ହସ ହସ ମୁଖେ ଶୁଭ୍ର ବସ୍ତ୍ର ପିନ୍ଧି

ଶୁଭ୍ରା ହଂସ ବାହନରେ

ଆସନ୍ତି ବାଗ୍ଦେବୀ ମାଘ ପଞ୍ଚମୀରେ

ବିଦ୍ୟା ଅର୍ପଣ ଆଶାରେ।

ବୀଣାର ଝଙ୍କାରେ ବେଦର ଧ୍ୱନିରେ

କମ୍ପଇ ଯେବେ ମେଦିନୀ

ମା'ର ହସରେ ଆଶିଷ ସମ୍ଭାରେ

ପାହେ ଅଜ୍ଞାନ ଯାମିନୀ।

ମୁକ ହୁଏ ବାଗ୍ମୀ ମୂର୍ଖ ହୁଏ ଜ୍ଞାନୀ

ଭଗବତୀଙ୍କ ଆଶିଷେ

ଲଭଇ ସମ୍ମାନ ଗୌରବ ଆଦର

ତାଙ୍କ ଶରଧା ପରଶେ।

କିମ୍ବଦନ୍ତୀ କହେ ତାଙ୍କ ଆଶୀର୍ବାଦେ

କାଳିଦାସ ପରି ମୂର୍ଖ

ମହାପଣ୍ଡିତର ସିଂହାସନେ ବସି

ବିଶ୍ୱକୁ ବାଣ୍ଟିଲେ ତର୍କ।

ଶୁଭ୍ର ବସ୍ତ୍ର ପିନ୍ଧି କହନ୍ତି ସଭିଙ୍କୁ

ମନ ହୃଦ କର ଶୁଭ୍ର

ଶୁଭ୍ର ହଂସ ପରି ପହଁର ସାଗର

ପାଇବ ନିଶ୍ଚୟେ ଅଭ୍ର।

ପଞ୍ଚ ଶସ୍ୟ ଦେଇ ପଞ୍ଚ ମୁରୁଜରେ

ପଞ୍ଚରତ୍ନ କରି ଦାନ

ଆସ ହେ ପୁଜିବା ବ୍ରହ୍ମାନନ୍ଦିନୀଙ୍କୁ

ଲଭିବା ନିଶ୍ଚେ ସଜ୍ଜନ।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍