STORYMIRROR

SARATA KUMAR DAS

Others

4  

SARATA KUMAR DAS

Others

ବ୍ରହ୍ମାଣ୍ଡ ଗୋସାଇଁ

ବ୍ରହ୍ମାଣ୍ଡ ଗୋସାଇଁ

1 min
336


କାଠ ପାଷାଣରେ ଦେଖେ କେ ମୂରତି

ମାନବ ରୂପରେ କେ କରଇ ପ୍ରୀତି 

ତୁମେ ସତ୍ୟ ସନାତନ,

ବିଶ୍ବ ପରାଣ ହେ ମଦନ ମୋହନ

ଅମୃତ କର ସିଂଚନ  ।।

 

ଦେଖେ କେ ତୁମକୁ ନୀଳ ନୀଳିମାରେ

ଚିହ୍ନେ କେ ତୁମକୁ ମନ୍ଦିର ଗୀର୍ଜାରେ 

ଜହ୍ନ ର ଜୌସ୍ନା ରେ ତୁମେ

ବର୍ଷାର ବିନ୍ଦୁ ରେ ଢଳଢଳ ରୂପ

ଅମା ଅନ୍ଧକାରେ ତୁମେ ।।


କୋଟି ବ୍ରହ୍ମଣ୍ଡର ଠାକୁର ତୁମେ ତ

ବାଣ୍ଟୁଛ ଆଶିଷ ଜଗତର ହିତ

ଝଲମଲ ତୁମ ଜ୍ଯୋତି 

କେତେ ପଥହରା କେତେ ଦିଗହରା

ଲଭନ୍ତି ପରମ ତୃପ୍ତି ।।


ମାଉସୀ ମାଆର କୋମଳ ପରଶ

ସୁସ୍ବାଦୁ ବ୍ୟଂଜନ ପୋଡପିଠା ବାସ

ଭକତେ ହୁଅନ୍ତି ବାଇ

ବଡ ଦେଉଳରେ ପୂଜା ପାଉଅଛ

ଆହେ ବ୍ରହ୍ମାଣ୍ଡ ଗୋସେଇଁ।।


ଗୁଣ୍ଡିଚା ପରବ ଜଗତେ ବିଖ୍ୟାତ 

ଆକାଶୁ ପାତାଳ ସର୍ବ ପ୍ରକମ୍ପିତ

ଦେଶ ବିଦେଶରେ ହୁରି 

କେତେ ସାଧୁ ସନ୍ଥ ବିଶ୍ବାସ ପ୍ରକଟ

ନାମ ସଂକୀର୍ତ୍ତିନ ଭେରୀ ।।


ବାହୁଡିବ ଯେବେ ଗୁଣ୍ଡିଚା ମନ୍ଦିରୁ

କୋହ ଉଠୁଥିବ କେତେଯେ ଅନ୍ତରୁ

ରଥ ଗଡୁଥିବ ଧୀରେ 

ମାଉସୀ ମା' ତୁମ ଭିଜୁଥିବେ କେତେ

ଆଖିର ଲୋତକ ଧାରେ ।।


ଭକ୍ତ ଡାକୁଥିବେ ମଣିମା ମଣିମା 

ପଥ ଗାଉଥିବ ତୁମର ମହିମା

ଢେଉ ନାଚୁଥିବ ରଂଗେ 

ମହୋଦଧି କୂଳେ ଶୀରି ମନ୍ଦିରରେ

ଜଗତ ପାଳିବ ଢଂଗେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍