STORYMIRROR

Harekrushna Deb Sahoo

Others

3  

Harekrushna Deb Sahoo

Others

ବରଗଡ଼ ଧନୁଯାତରା

ବରଗଡ଼ ଧନୁଯାତରା

1 min
147


ନାହିଁ ନାହିଁ ରେ, ନାହିଁ ନାହିଁ ରେ,

ସେ ଦିନର କାହ୍ନା,

ଆଜି ଯାହାରେ କାହ୍ନା ନାମରେ 

ରୂପଟି ଅଚିହ୍ନା। 

ବରଗଡ଼ର ଧନୁଯାତରାରେ 

ନାହିଁ ନାହିଁ ରେ, ନାହିଁ ନାହିଁ ରେ,

ସେ ଦିନର କାହ୍ନା ।


ନାହିଁ ନାହିଁ ରେ, ନାହିଁ ନାହିଁ ରେ,

ଏଠି ଯମୁନା, ଗୋପ,ବୃନ୍ଦାବନ,କାହ୍ନା 

ଜିରା ନଦୀ ସାଜିଛି ଯମୁନା ।


ନାହିଁ ନାହିଁରେ, ନାହିଁ ନାହିଁରେ,

ଏଠି ମଥୁରା ନଗରୀ, ମଧୁବନ, ଗୋପପୁରୀ

ଏଠି ଜିରା ନଦୀ ନାମେ ଯମୁନା ଯାଏ ଝରି,

ବରଗଡ ସାଜିଛିରେ ମଥୁରା ନଗରୀ,

ମାମୁଁ କଂସାସୁର ନାମେ ସିଂହାସନ ଆବୋରି। 

ଗୋପପୁର ନାମେ ଅମ୍ବାପଲ୍ଲୀ, 

ରାଧାକୃଷ୍ଣ ନାମେ ଫୁଟେ ମଲ୍ଲୀ। 


ନାହିଁ ନାହିଁରେ, ନାହିଁ ନାହିଁରେ,

ସେ ଦିନର ରାଧା, ସେ ଦିନର କାହ୍ନା, 

ବରଗଡ ଧନୁଯାତରାକୁ କଂସ ଦରବାର 

କୃଷ୍ଣ ବଂଶୀ ସ୍ବନ ତାନା ନାନା,

ସବୁ ଖାଲି ମିଛ ବାହାନା, 

ଅଭିନୟ ଅଭିନେତା ପରିକଳ୍ପନା ।


ହରେକୃଷ୍ଣ ହରେକୃଷ୍ଣ କୃଷ୍ଣକୃଷ୍ଣ ହରେହରେ, 

ହରେରାମ ହରେରାମ ରାମରାମ ହରେହରେ ।

ବରଗଡ ଧନୁଯାତରା ବିଶ୍ବେ ହେବରେ ଧନ୍ୟ

କଳିଯୁଗ ମହାମନ୍ତ୍ର ନାମରେ ହେବରେ ପୁଣ୍ୟ। 

ସେହି ରାଧା ସେହି କୃଷ୍ଣ ସେହି ରୂପ ରଙ୍ଗ,

ସେହି ରୂପେ ବଳରାମ ନାଟ୍ୟ ରଙ୍ଗ ଢଙ୍ଗ। 


ନାହିଁ ନାହିଁରେ, ନାହିଁ ନାହିଁରେ,

ସେ ଦିନର କୃଷ୍ଣ ବଳରାମ,

ଅଛି ଯାହା କଳିଯୁଗ ମହାମନ୍ତ୍ର ନାମେ

ଭଜ ହରେକୃଷ୍ଣ ହରେରାମ ।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍