STORYMIRROR

Binata Mohanta

Others

3  

Binata Mohanta

Others

ବୃଦ୍ଧଙ୍କ ଶୈଶବ ସ୍ମୃତି

ବୃଦ୍ଧଙ୍କ ଶୈଶବ ସ୍ମୃତି

1 min
133

ଥରଥର ହାତରେ କଲମ ଧରି

ଅଙ୍କାବଙ୍କା ଅକ୍ଷରେ ଭାବନା ଧାଡିକୁ ଧାଡିକୁ

ମାନସ ପଟରେ ଅତୀତର ପୁରୁଣା ସ୍ମୃତି ଛବି

ସାଧା କାଗଜରେ ଲେଖିଛନ୍ତି ସଜାଡି ।। 


ମନେ ପଡୁଛି ମାତା ପିତାଙ୍କ ସ୍ନେହ ଯତ୍ନ

ଭାଇ ଭଉଣୀଙ୍କ ଆଦର ମେଳି

ବନ୍ଧୁଙ୍କ ସହ କାନ୍ଧରେ ପକାଇ ବ୍ୟାଗ

ଆଗେଇଥିଲି ଖାଲିପାଦେ ଚାଟଶାଳୀ ।। 


ମଧ୍ୟାହ୍ନ ଭୋଜନରେ ପଖାଳ ଆମ୍ବୁଲ

ଏବେବି ଖୋଜେ ଏ ମନ ଅବୁଝା

ଗାଁ ପୋଖରୀରେ ବନ୍ଧୁଙ୍କ ସହ ଗାଧୁଆ

ମନେ ଅଛି ପହଁରା ଶିଖା,କେରାଣ୍ଡି ଖୋଜା ।। 


ବର ଓହୋଳର ସେ ଦୋଳି ଖେଳ

ଆମ୍ବ ଗୋଟାଇ ବାକୁ ତୋଟାରେ ମେଳ

ଗୋଧୂଳିରେ ଗାଈବଳଦଙ୍କ ଘର ଲେଉଟାଣି

ଭାଗବତ ଟୁଙ୍ଗୀରୁ ଶୁଭୁଛି ମୃଦଙ୍ଗ ସହ ଖଞଣୀ ।। 


ପ୍ରତିଦିନ ରାତିରେ ଜେଜେ ଓ ଜେଜେମା'ଙ୍କୁ ଖୋଜା

 ସମସ୍ତ ନାତିନାତୁଣୀ ନେଉ ଗପର ମଜା

ରାମାୟଣ, ମହାଭାରତ ଶୁଣି କହୁ ପୁଣି 

ଶୁଣିବାକୁ ଇଚ୍ଛା ମନଗଢା ଅସୁର କାହାଣୀ ।। 


ସମୟ ସହ ବଦଳୁଛି ମନୁଷ୍ୟର ନୀତି ନିୟମ

ସମାଜର ପ୍ରଥା ପରମ୍ପରା ଆଉ ଚାଲିଚଳନ

ଶିକ୍ଷା ଦୀକ୍ଷା ପର୍ବପର୍ବାଣୀ ସହ ବେଶଭୂଷା 

ମଣିଷ ବଦଳାଇଛି ସମସ୍ତ ସମ୍ପର୍କର ମାନ ।। 


ସହରରେ ବିତାଇଲି କର୍ମମୟ ଜୀବନ

ବିଦେଶରେ ରହିଲେ ମୋହର ସନ୍ତାନ

ପରିବାରରେ ବୃଦ୍ଧର ନାହିଁ ଆଦର ସମ୍ମାନ

ଆପଣାଇଲା ଏବେ ମୋତେ ବୃଦ୍ଧ ଆଶ୍ରମ ।। 


ଏକାନ୍ତରେ ମନେ ପଡୁଛି ମୋହର 

ଶୈଶବର ଏହି ସ୍ବର୍ଣ୍ଣାଭ ମୂହୁର୍ତ୍ତ ମାନ

ବୃଦ୍ଧାବସ୍ଥା ସହ ମନେ କିଛି ନାହିଁ ଅଭିପ୍ରାୟ

ଇଚ୍ଛାଶୂନ୍ୟ ମନ ଆଉ ଶରୀର ଜରାଜୀର୍ଣ୍ଣ।। 


        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍