ବୃଦ୍ଧାବସ୍ଥା
ବୃଦ୍ଧାବସ୍ଥା
1 min
208
ବାର୍ଦ୍ଧକ୍ୟ ଆସିଥାଏ
ତା ନିଜ ଠାଣିରେ
ସବୁ ସରଞ୍ଜାମ
ଥାଏ ତା ମୁଣିରେ,
ଆଖି ପଟ୍ଟଳରେ
ଭାସମାନ ଭେଳା
ଲୋଚାକୋଚା ଚମକୁ
ଦେହ ତାହାର ଦୁର୍ବଳ,
ଝୋଟ ପରି ଫରଫର
ରୁଖାଶୁଖା ତହିଁ କେଶ
ଅବର୍ଣ୍ଣନୀୟ ତାର
କୋପଳର ବିନ୍ୟାସ ,
ଥରିଲା ଓଠରେ ପୁଣି
ଚିରିଗଲା ଚର୍ମ
ନିୟତିର ନିର୍ଦ୍ଦେଶ
କେତେ ନିଷ୍ଠୁର ନିର୍ମମ ।
ବାରମ୍ବାର ଅପଦସ୍ଥ ହୁଏ
ନିଜ ନିଳୟରେ
ଅବୁଝା ଠାଣିରେ ଚାହିଁ
ନ ବୁଝିବା ଭଙ୍ଗୀରେ ,
କାହାର ଅନାଦର
ପୁଣି କାହା ହତାଦର
ସଭିଙ୍କ ଧିକ୍କାର ସହି
ଦେଖୁଥାଏ ସଂସାର ।
ଅନବରତ ଆଖିଥାଏ
ଅଙ୍କାବଙ୍କା ରାସ୍ତାଟି କୁ
କେତେବେଳେ ଆସିବ ତା
ଦୋଳବିମାନ ର ପାଲିଙ୍କି ,
ଯେଉଁଠି ଆରମ୍ଭ ହେବ
ଆଶ୍ଵସ୍ତିର ମାର୍ଗ
ନିର୍ବାଣର ଅଭିସାର
ମୁକ୍ତ ହେବ ଅଭିଶାପ ।।
