STORYMIRROR

Niranjan Sahu

Others

3  

Niranjan Sahu

Others

ବୃଦ୍ଧା ଓ ତରୁଣୀ ପ୍ରତି ଧାରଣା

ବୃଦ୍ଧା ଓ ତରୁଣୀ ପ୍ରତି ଧାରଣା

1 min
130

ଗୋଟିଏ ବସ ରେ   

ବୁଢ଼ୀଟିଏ ଚଢ଼ିଲା

ବସିବାକୁ ସିଟ ଖୋଜିଲା 

ସିଟ ଖାଲି ନଥିଲା

କିଏ ବି ବୁଢୀକୁ ପାଖରେ ବସେଇଲେ ନାହିଁ କି

ବସିବାକୁ ସିଟ ଛାଡିଲେ ନାହିଁ

ବୁଢ଼ୀ କୁ ଦେଖି ଡ୍ରାଇଭର ର ଦୟା ଆସିଲା

କହିଲା ମାଉସୀ 

ଏ ବନେଟ ଉପରେ ବସିଯାଅ

ବୁଢ଼ୀ ବାଧ୍ୟ ହୋଇ ବସିଲା


କିଛି ସମୟ ପରେ

ଜଣେ ସୁନ୍ଦରୀ ତରୁଣୀ ଗାଡ଼ିରେ ଉଠିଲେ

ଗାଡିର ସମସ୍ତେ ସୁନ୍ଦରୀ ତରୁଣୀ କୁ

ପାଖରେ ବସିବାକୁ ଅଫର ଦେଲେ

କିଏ କିଏ ନିଜର ସିଟ ବି ଛାଡିଦେଲେ

ହଠାତ ସମସ୍ତଙ୍କ ନାରୀ ପ୍ରତି ଦୟା ମନଭାଵ ଆସିଗଲା

ସେ ଦୟା ରେ ଯେ କେତେ ସ୍ୱାର୍ଥ ସମସ୍ତେ ଜାଣନ୍ତି

ତେଣୁ ତରୁଣୀ

ନା କାହା ପାଖରେ ବସିଲେ ,ନା କାହାର ସିଟ ଗ୍ରହଣ କଲେ

ବନେଟ ପାଖରେ ଛିଡା ହୋଇ ରହିଲେ

ବୁଢ଼ୀ ତରୁଣୀ କୁ କହିଲେ

ଆଲୋ ମାଆ, ଆ ମୋ ପାଖରେ ବସିବୁ, ବନେଟ ଉପରେ

କାରଣ କିଛି ବର୍ଷ ପରେ ତୋତେ ବି ଦିନେ ଏ ବନେଟ ରେ ହିଁ ବସିବାକୁ ପଡିବ

କାରଣ ,ଏ ଦୁନିଆରେ ମାଆ ଙ୍କୁ ପାଖରେ ରଖିବା ଲୋକ ବହୁତ କମ

ମାଆ କୁ ସମ୍ମାନ ଦେବା ବହୁତ କମ

ଜଣେ ଅସହାୟ ଓ ନିଃସହାୟ ବୁଢ଼ା କିମ୍ବା ବୁଢ଼ୀ କୁ ପାଖରେ ସ୍ଥାନ ଦେବା ଲୋକ ବହୁତ କମ


ତୁ ସିନା ଆଜି ସୁନ୍ଦରୀ ତରୁଣୀ ଅଛୁ

କାଲିକି ତୁ ବି ବୁଢ଼ୀ ହେବୁ

ମାଆ ବି ହେବୁ

ଏବେଠାରୁ ବନେଟ ରେ ବସିବା ଅଭ୍ୟାସ କରେ

କାରଣ ଦିନ ଆସିବ ମୋ ଭଳି

ତୋତେ ବି ବନେଟ ରେ ବସି ଯାତ୍ରା କରିବାକୁ ପଡିବ

ସମୟ ଆସିଲେ ତୋତେ ବି ଦୁଃଖ ଲାଗିବନି

ମୋ ଭଳିଆ,,,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍