ବୃଦ୍ଧ ମାତାପିତାଙ୍କ ବୃଦ୍ଧାଶ୍ରମ
ବୃଦ୍ଧ ମାତାପିତାଙ୍କ ବୃଦ୍ଧାଶ୍ରମ
ଉଦ୍ୟାନପାଳ ଚାରାଗଛ ରୋପଣ କରେ ଛାୟାତରୁ ର ଛାଇଛାଇ ପାଇଁ,
ମାତାପିତା ସନ୍ତାନକୁ ବଡ଼ କରନ୍ତି ବୃଦ୍ଧବୟସରେ ସାହାଯ୍ୟକାରୀ ହେବା ପାଇଁ ।
ଯେତେ କଷ୍ଟ ହେଲେ ବି ପିତା ସନ୍ତାନର କରାନ୍ତି ବିଦ୍ୟାଭ୍ୟାସ,
ନିଜ ପୁତ୍ର ପୁତ୍ରୀଙ୍କ ସମୃଦ୍ଧି ଲାଗି ନିଶ୍ଚୟ କରାନ୍ତି ଅନର୍ଗଳ ଆୟାସ ପ୍ରୟାସ ।
ସମସ୍ତ ପ୍ରକାର କଷ୍ଟ ନଷ୍ଟ ସହି ଗୁରୁଜନ କରନ୍ତି ସୁପୁତ୍ରଙ୍କ ଲାଳନପାଳନ,
ନିଜ ସମୟୋପଯୋଗୀ କର୍ତ୍ତବ୍ୟରୁ କେବେ ହୁଅନ୍ତିନି ଶକ୍ତିହୀନ ସାମର୍ଥ୍ୟହୀନ ପଳାୟନ ।
ଦିଅନ୍ତି ନିଜ ଜୀବନର ଶ୍ରେଷ୍ଟ ସମୟ ସର୍ବଶ୍ରେଷ୍ଠ ଚିନ୍ତା,
ମାତାପିତାଙ୍କ କୌଣସି ମୁହୂର୍ତ୍ତ ରେ ଆସେନି ପିଲାଙ୍କୁ ଛାଡ଼ିଯିବାର ଦୁଶ୍ଚିନ୍ତା ।
ମାତାପିତା ସଦା ହେଉଛନ୍ତି ସନ୍ତାନ ର ଅତୁଲ୍ୟ ଆତ୍ମୀୟ,
ମାନେ ରଖିବା ଅଛି ଯେ ଉଭୟ ସଦା ରଖନ୍ତି ପୁଅ ଝିଅ ଜୀବନରେ ଥୟ ।
ବଡ଼ ହୋଇ ସନ୍ତାନ ହୋଇ ଗଲେଣି ବହୁ ବାସ୍ତବବାଦୀ ସୁବିଧାବାଦୀ ,
ନିଜ ମାତାପିତାଙ୍କ ପ୍ରତି ଭରଣପୋଷଣ ଦାୟିତ୍ୱରୁ ହୋଇଗଲେଣି ପଳାୟନବାଦୀ ।
ମାତାପିତାଙ୍କ ସହ ଅନୁବନ୍ଧ ବି ହୋଇ ଗଲାଣି କେବଳ ଏକ ସମସାମୟିକ ସୋପାନ,
ଜୀବନ ରେ ନିଜ ଉଦ୍ଦିଷ୍ଟ ସ୍ଥାନ ପହଞ୍ଚିବା ପରେ ରଖା ହୁଏନି ଏହି ସୋପାନର ଧ୍ୟାନ ।
ଭାର ଭାବିକି ବହୁ ସ୍ୱାର୍ଥପର ନୂତନ ପିଢ଼ି ପହଞ୍ଚାଉଛନ୍ତି ବୃଦ୍ଧ ମାତାପିତାଙ୍କ ବୃଦ୍ଧାଶ୍ରମ,
ଏତିକି ଜ୍ଞାତ ରହୁ ଯେ ସ୍ୱୟଂ ଯେବେ ବୟସ୍କ ହେବେ ତାଙ୍କ ସନ୍ତତି ବି ନେଇ ଆସିବେ ସେହି ବୃଦ୍ଧାଶ୍ରମ ।
