Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bikhyat Bihari Mishra

Others

3  

Bikhyat Bihari Mishra

Others

ବ୍ରାହ୍ମଣୀ

ବ୍ରାହ୍ମଣୀ

1 min
6.9K


ଝାଡଖଣ୍ଡ ରାଜ୍ୟ ଛୋଟ ନାଗପୁର

ଅଟେ ଏକ ମାଳଭୂମି

ସେଇଠୁ ବ୍ରାହ୍ମଣୀ ବାହାରିଲୁ ତୁହି

ସେଇ ତୋର ଜନ୍ମଭୂମି.....।

ରାଉରକେଲାର ପାନପୋଷ ଠାରେ

ମିଶିଲେ କୋଏଲ ଶଙ୍ଖ

ଓଡିଶାର ସେହି ପବିତ୍ର ସଙ୍ଗମ

ବେଦବ୍ୟାସ ଠାରୁ ପାଖ... ।

କେତେ ଜଳଧାରା ମିଶିଲେ ତୋ ଦେହେ

ହୋଇଲୁ ତୁ ସ୍ରୋତସ୍ଵିନୀ

ଜଳଜୀବ ପାଳୁ କେତେ ଅଗଣିତ

ହୋଇ ତାଙ୍କର ଜନନୀ... ।

ତୋହର ଜଳକୁ ଅଧମ ମାନବ

କରୁଅଛି ପ୍ରଦୂଷିତ

ତଥାପି କହିବି ଅଟୁ ତୁ ପବିତ୍ର

ମଧୁର ତୋ ଜଳ ସ୍ରୋତ.... ।

ଜେନାପୁର ଠାରୁ ସିଂହପୁର ଯାଏଁ

ବୋଲାଇଲୁ ଖରସ୍ରୋତା

ବହିଯାଉ ତୁହି ସତେ ହାସ୍ୟମୟୀ

ଦେଇ ଶାନ୍ତିର ବାରତା.... ।


Rate this content
Log in